CHARIDHAM

ପକ୍ଷରୁ ସ୍ପଷ୍ଟିକରଣ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ: ରାଜ୍ୟରେ ଆଗୁଆ ହେବନାହିଁ ନିର୍ବାଚନ

ଭୁବନେଶ୍ୱର: ରାଜ୍ୟରେ ଆଗୁଆ ନିର୍ବାଚନ ଖବର ପ୍ରସାରଣ ସଂକ୍ରାନ୍ତରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଲୋକ ସମ୍ପର୍କ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଇଭିଏମ୍ ମେସିନ୍ ଗୁଡିକର ନିଶ୍ଚିତ ଅବଧି ରହିଥାଏ। ଫ୍ୟାକ୍ଟ୍ରିରେ ତିଆରି ଇଭିଏମ୍ ଗୁଡିକୁ ଭବିଷ୍ୟତରେ ନିର୍ବାଚନରେ ବ୍ୟବହାର କରିବାପାଇଁ ଓଡିଶା ସମତେ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ଏହା ସହ କୌଣସି ସମ୍ପର୍କ ନାହିଁ। ବିଭିନ୍ନ ଗଣମାଧ୍ୟମରେ ଆଗୁଆ ନିର୍ବାଚନ ନେଇ ଖବର ପ୍ରସାରଣ ହେଉଛି। ଏଭଳି ଖବର ପ୍ରସାରଣରୁ ନିବୃତ ରହିବାକୁ ସେ କହିଛନ୍ତି।

ତେବେ ନିକଟରେ ଅନେକ ଇଭିଏମ୍‌ ମେସିନ ୟୁନିଟ୍ ପୁରୀ ଜିଲ୍ଲାରେ ପହଞ୍ଚିବା ପରେ ଓଡିଶାରେ ହୋଇଥିବା ପ୍ରାଥମିକ ମତଦାନକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ହାଇଦ୍ରାବାଦର ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ECIL) ରୁ ପ୍ରାୟ ୮,୨୦୦ ନୂତନ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ପହଞ୍ଚିଛି। ପୁରୀର ଗୋଦାମ ଘରେ ସମସ୍ତ ଇଭିଏମ୍ ଏବଂ ଭିଭିପିଏଟ୍ ସୁରକ୍ଷିତ ରଖାଯାଇଛି।