fbpx

ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟଙ୍କ ପାଇଁ ବଢ଼ିବ ଟେନସନ! ରାଜସ୍ଥାନ କଂଗ୍ରେସରେ ଜାରି ରହିଛି ଅର୍ନ୍ତକନ୍ଦଳ

ରାଜସ୍ଥାନରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜାରି ରହିଛି । ସେପଟେ କିନ୍ତୁ ରାଜ୍ୟର କଂଗ୍ରେସରେ ଅର୍ନ୍ତକନ୍ଦଳ ଥମିବାରେ ନାଁ ନେଉନାହିଁ । ସଚ୍ଚିନ ପାଇଲଟ ଏବଂ ଅଶୋକ ଗେହଲଟଙ୍କ ମଧ୍ୟରେ ଜାରି ରହିଥିବା ଅର୍ନ୍ତକନ୍ଦଳ ଏପରି ପରସ୍ଥିତିରେ ପହଞ୍ଚିଲାଣି ଯେ ଏବେ ଗେହଲଟଙ୍କ ସମର୍ଥକ ନେତା ମଧ୍ୟ ବିରୋଧ କରିବା ଆରମ୍ଭ କରିଛନ୍ତି । କେବଳ ସେତିକି ନୁହେଁ ପାଇଲଟଙ୍କ ବିରୋଧରେ ଯାଇ ଗେହଲଟଙ୍କ ସାଥ୍ ଦେଇଥିବା ମନ୍ତ୍ରୀମାନେ ମଧ୍ୟ ଏବେ ଇସ୍ତଫା ଦେଉଛନ୍ତି ।

ରାଜନୀତି ବିଶେଷଜ୍ଞଙ୍କ କହିବା ଅନୂଯାୟୀ, ଗେହଲଟ ସରକାରଙ୍କ ଅନେକ ମନ୍ତ୍ରୀ ବ୍ୟୁରୋକ୍ରାସୀକୁ ନେଇ ଅସନ୍ତୋଷ ଅଛନ୍ତି । ଯାହାକୁ ନେଇ କଂଗ୍ରେସ ମନ୍ତ୍ରୀ ଏବଂ ବିଧାୟକମାନେମାନେ ମୁଖ୍ୟମନ୍ତ୍ରୀ ଗହଲୋଟଙ୍କୁ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରିଥିଲେ କିନ୍ତୁ ମୁଖ୍ୟମନ୍ତ୍ରୀ ସେମାନଙ୍କ କଥାକୁ ଗମ୍ଭୀରତା ସହ ନେଇନଥିଲେ । ସୂତ୍ରରୁ ଜଣାପଡ଼ିଛି ଯେ ସରକାରଙ୍କ କିଛି ମନ୍ତ୍ରୀ ଅଫିସରଙ୍କ ସହ ସହଭାଗିତାରେ ଅଛନ୍ତି । ସ୍ଥିତି ଏପରି ହୋଇଛି ଯେ ଅଧକାରୀ କେବଳ ସେହି ମନ୍ତ୍ରୀଙ୍କ କଥା ଶୁଣୁଛନ୍ତି, ଏମିତିକି ନିଜ ବିଭାଗର ମନ୍ତ୍ରୀଙ୍କ କଥା ଶୁଣୁନାହାଁନ୍ତି । ଜଣେ କଂଗ୍ରେସ ନେତା କହିଛନ୍ତି ଯେ ଯଦି ଏହିଭଳି ଶାସନ ଚାଲିବ ତେବେ ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ଉଲ୍ଲେଖଯୋଗ୍ୟ, ରାଜସ୍ଥାନ କ୍ରୀଡ଼ା ମନ୍ତ୍ରୀ ଅଶୋକ ଚନ୍ଦାନା ଗୁରୁବାର ଇସ୍ତଫା ଦେଇଛନ୍ତି । ସେ ଇସ୍ତଫା ଦେବା ସହ କହିଥିଲେ ଯେ ଏହି ପଦକୁ କୁଲଦୀପ ରାଙ୍କାଙ୍କୁ ଦେଇଦିଅନ୍ତୁ କାରଣ ସେହି ସବୁବିଭାଗର ମନ୍ତ୍ରୀ । କୁଲଦୀପ ରାଣା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସଚିବ ।

Get real time updates directly on you device, subscribe now.