fbpx

ପୁରୀରେ କୋଭିଡ ହସ୍ପିଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ବଢିଚାଲିଥିବା ବେଳେ ହସ୍ପିଟାଲରେ ବେଡ ଉପରେ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀର ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ପରିସରରେ ୧୫୦ ବେଡ୍ ବିଶିଷ୍ଟ ଜିଲ୍ଲା କୋଭିଡ ହସ୍ପିଟାଲକୁ ଭର୍ଚୁଆଲ ପ୍ଲାଟଫର୍ମରେ ଶୁଭାରମ୍ଭ କରିଛନ୍ତି।

ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଜିଲ୍ଲାର ଗୁରୁତର କୋଭିଡ ରୋଗୀଙ୍କ ଉନ୍ନତ ଚିକିତ୍ସା ସେବା ଯୋଗାଇବାରେ ଡାକ୍ତରଖାନା ସହାୟକ ହେବ ଏବଂ ସେମାନଙ୍କୁ ଭୁବନେଶ୍ୱର କିମ୍ବା କଟକ ଡାକ୍ତରଖାନା ଖୋଜିବାକୁ ପଡ଼ିବ ନାହିଁ। ହସ୍ପିଟାଲର ସମ୍ପୂର୍ଣ୍ଣ ଖର୍ଚ୍ଚ ସିଏମ ରିଲିଫ ପାଣ୍ଠିରୁ ଭରଣା କରାଯିବ । ମୋଟ ୧୫୦ ଶଯ୍ୟାରୁ ୯୦ଟି ଅକ୍ସିଜେନ ସଂପୃକ୍ତ ସାଧାରଣ ଶଯ୍ୟା ରହିଥିବା ବେଳେ ହସ୍ପିଟାଲରେ ୨୦ଟି ଆଇସିୟୁ ଓ ୪୦ଟି ଡାଏଲିସିସ୍ ଶଯ୍ୟା ରହିଛି ।’

ଲୋକାର୍ପଣ ଅବସରରେ ରାଜ୍ୟବାସୀଙ୍କୁ ନବୀନ ଆହ୍ୱାନ ଦେଇ ମହାମାରୀ ସମୟରେ କୋଭିଡ ନିୟମ ମାନି ଚଳନ୍ତୁ ବୋଲି କହିଛନ୍ତି ।

Get real time updates directly on you device, subscribe now.