fbpx

କଟକରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ(ଓଡ଼ିଶା ଭାସ୍କର): ପୁରୀ ପରେ ସୁଜଳ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ ଯୋଜନାରେ କଟକ ସାମିଲ ହୋଇଛି । କଟକରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩ ସୁଦ୍ଧା କଟକର ଘରେ ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ । ପାନୀୟ ଜଳ ଯୋଗାଣ ପାଇଁ ୭୯୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟିତ ହୋଇଛି ।

୪୩୦ କୋଟିର ଭିତ୍ତିଭୂମି ଓ ୩୬୦ କୋଟିର ସୁଜଳ ଯୋଜନା ଲୋକାର୍ପିତ କରିଛନ୍ତି ନବୀନ । ୫୫୦ କିମିର ପାଇପ୍ଲାଇନ୍ ସହ ୩ଟି ଜଳ ବିଶୋଧନ ପ୍ଲାଣ୍ଟ ହେବ । କଟକର ୫୯ଟି ୱାର୍ଡରେ ଟ୍ୟାପ୍ରୁ ୨୪ ଘଣ୍ଟା ବିଶୁଦ୍ଧ ପାଣି ମିଳିବ । ଏଥିରେ ୧.୪ ଲକ୍ଷ ପରିବାରର ୭ ଲକ୍ଷ ଲୋକ ଉପକୃତ ହେବେ । ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ପାଇବେ ୭ ଲକ୍ଷ ବାସିନ୍ଦା । ସୁଜଳ ଯୋଜନାର ଶୁଭାରମ୍ଭ ଅବସରରେ ପାଣି ନଷ୍ଟ ନକରିବାକୁ କଟକବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.