fbpx

ସୁଜଳ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ ।୧୦ (ଓଡିଶା ଭାସ୍କର): ରାଜ୍ୟରେ ‘ସୁଜଳ’ ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ସହର ଓ ଭୁବନେଶ୍ୱର ସାଲିଆ ସାହିରେ ଡିଙ୍ଗ ଫ୍ରମ୍ ଟ୍ୟାପ୍ ମିଶନର କାର୍ଯ୍ୟକାରୀ ହୋଇଛି । ମୋଟ ୧୨ଟି ସ୍ଥାନରେ ଏହା ଲୋକାର୍ପିତ ହୋଇଛି । ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ଟ୍ୟାପ୍ ଯୋଗେ ସହର ଓ ବସ୍ତି ବାସିନ୍ଦାମାନେ ବିଶୁଦ୍ଧ ପାଣି ପାଇପାରିବେ । ଏହି ଯୋଜନା ଯୋଗୁଁ ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ।

Get real time updates directly on you device, subscribe now.