ଏଣିକି ମୋବାଇଲରେ ହେବ ସମସ୍ତ ରାଜସ୍ୱ କାର୍ଯ୍ୟ, ଇ-ରେଜିଷ୍ଟ୍ରେସନ ଆପ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଆସିଲା ଇ-ରେଜିଷ୍ଟ୍ରେସନ ଆପ୍, ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଏଣିକି ମୋବାଇଲରେ ମିଳିବ ସମସ୍ତ ରାଜସ୍ୱ ସେବା। ରାଜସ୍ୱ ସେବା ପାଇଁ ଆସିଲା ଇ-ରେଜିଷ୍ଟ୍ରେସନ ଆପ୍। ଘରେ ବସି ଲୋକେ ପାଇବେ ସମସ୍ତ ରାଜସ୍ୱ ସଂକ୍ରାନ୍ତ ସୁବିଧା।
ଇ-ରେଜିଷ୍ଟ୍ରେସନ ଆପକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ। ଏବେ ଜମିଜମା ପଞ୍ଜୀକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ କରାଯାଇପରିବ।
ପୂର୍ବରୁ ଛୋଟ କାମ ପାଇଁ ରାଜସ୍ୱ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡୁଥିଲା। ବର୍ତ୍ତମାନ ତାହା ଆଉ ଘଟିବ ନାହିଁ। ଏବେ ଆପଣ ଘରେ ବସି ନିଜ ମୋବାଇଲରେ ସେହି କାର୍ଯ୍ୟକୁ କରିପାରିବେ।