fbpx

୭୮ ତମ ସ୍ୱାଧୀନତା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ସାରା ଦେଶ ପାଳନ କରୁଛି ୭୮ତମ ସ୍ୱାଧିନତା ଦିବସ । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି । ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ୭୮ ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।

ସେ ଲେଖିଛନ୍ତି ଯେ, ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ଭାରତ ମାତାର ବୀର ସୁପୁତ୍ରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆସନ୍ତୁ ଦେଶରେ ଶାନ୍ତି ଏବଂ ଅଖଣ୍ଡତା ପାଇଁ ଆମେ ସମସ୍ତେ ପ୍ରୟାସ କରିବା। ଜୟ ହିନ୍ଦ, ଭାରତ ମାତା କି ଜୟ।

Get real time updates directly on you device, subscribe now.