ପୁରୀ: ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଓଡିଆ କ୍ୟାଲେଣ୍ଡର ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏ ନେଇ ଶ୍ରୀ ମନ୍ଦିରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ରାଜସ୍ୱ ମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଉପସ୍ଥିତ ଅଛନ୍ତି ।
ମହାପ୍ରଭୁଙ୍କ ଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ କ୍ୟାଲେଣ୍ଡର ଉନ୍ମୋଚନ କରିବା ନେଇ କାର୍ଯ୍ୟକ୍ରମ ରହିଛି ।
ଏହାପରେ ସ୍ୱାମୀ ନାରାୟଣ ଟେମ୍ପୁଲଠାରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିର ଅଭିମୁଖେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆସନ୍ତା କାଲି ପଣାସଂକ୍ରାନ୍ତି ଅବସରରେ ଓଡ଼ିଆ ନୂଆ ବର୍ଷ ପାଳନ କରାଯିବ ।