fbpx

ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରାକ୍ ନିର୍ବାଚନ ରାଲିରେ ଯୋଗ ଦେବେ

ଭୁବନେଶ୍ୱର: ସେପ୍ଟେମ୍ବର ୨୭ରୁ ଲୋକସେଭା ଭବନରେ ଆରମ୍ଭ ହେଇଛି ଜିଲ୍ଲାପାଳ ଓ ଏସପି ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ବିଭିନ୍ନ ବିଭାଗର ସଚିବ ମଧ୍ୟ ସାମିଲ ରହିଥିଲେ । ତେବେ ଏହି ସମ୍ମିଳନୀ ଶେଷ ହେବା ପରେ ଆସନ୍ତା ୩୦ ଏବଂ ୧ ତାରିଖରେ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସେପ୍ଟେମ୍ବୀୟର ୩୦ରେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଏବଂ ଅକ୍ଟୋବର ୧ରେ ଚାଇବାସା ସ୍ଥିତ କୋଲହାନ ଯିବାର କାର୍ଯ୍ୟକ୍ରମ ରହିଛି । ପଶ୍ଚିମ ସିଂହଭୂମରେ ସେ ପ୍ରାକ୍ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗ ଦେବୋକୁ ଥିବା ବେଳେ ଚାଇବାସାରେ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ । ସୂଚନାଯୋଗ୍ୟ, ଝାଡ଼ଖଣ୍ଡରେ କେବେ ନିର୍ବାଚନ ହେବ ସେନେଇ ତାରିଖ ଘୋଷଣା କରାଯାଇନାହିଁ । ତେବେ ବିଜେପି ପକ୍ଷରୁ ରାଜ୍ୟରେ  ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.