fbpx

ରାମମୂର୍ତ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୨ ।୯(ଓଡିଶା ଭାସ୍କର): ରାୟଗଡା ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁଟ୍ଟିକାଙ୍କର ଆଜି ଆଜି ପରଲୋକ ଘଟିଛି । ଆନ୍ଧ୍ରପ୍ରଦେଶର ଏକ ଘରୋଇ ହସ୍ପିଟାଲରେ ରାମମୂର୍ତ୍ତିଙ୍କ ଦେହାନ୍ତ ହୋଇଛି । ରାଜମୂର୍ତ୍ତିଙ୍କ ବିୟୋଗରେ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଅଞ୍ଚଳର ଉନ୍ନତି ପାଇଁ ତାଙ୍କର ଉଦ୍ୟମ ତାଙ୍କୁ ସ୍ମରଣୀୟ କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଏହା ସହ ତାଙ୍କ ଆତ୍ମାର ସଦଗତି କାମନା ସହ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ୨୦୦୯ରେ ବିଜେଡି ଟିକଟରେ ନିର୍ବାଚିତ ହୋଇଥିଲେ ରାମମୂର୍ତ୍ତି ମୁଟ୍ଟିକା । ୨୦୧୪ରେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ୬୮ ବର୍ଷୀୟ ସ୍ୱର୍ଗତଃ ମୁତିକାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବା କାରଣରୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ମେଡିକାଲରେ ଚିକିତ୍ସିତ ହେଉଥିଲେ ।

Get real time updates directly on you device, subscribe now.