fbpx

ଅମିତ ରୋହିଦାସଙ୍କ ପାଇଁ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର; ଅମିତ ରୋହିଦାସଙ୍କ ପାଇଁ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା । ଭାରତୀୟ ହକି ଦଳର ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ୱତନ୍ତ୍ର ପୁରସ୍କାର ଘୋଷଣା କରିଛନ୍ତି । ଏସିୟ ହକି ସ୍ୱର୍ଣ୍ଣ ପଦକ ପାଇଁ ରୋହିଦାସଙ୍କୁ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ।

ସୂଚନା ଥାଉକି, ଗତକାଲି ଏସିଆନ ଗେମ୍ସରେ ଦମଦାର ପ୍ରଦର୍ଶନ କରି ହକିରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଟିମ ଇଣ୍ଡିଆ । ଜାପାନ ବିପକ୍ଷ ଫାଇନାଲ ମ୍ୟାଚରେ ଏକତରଫା ବିଜୟ ହାସଲ କରିଥିଲା ଭାରତୀୟ ହକି ଟିମ୍ । ଏହାସହିତ ଭାରତୀୟ ହକି ଟିମ୍ ପ୍ୟାରିସର ଅଲିମ୍ପିକ ପାଇଁ ମଧ୍ୟ ଟିକେଟ ହାସଲ କରିଛି । ଭାରତ ୧୬ତମ ମେଡାଲ ବିଜୟୀ ହୋଇ ପୁରୁଷ ହକିରେ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛି । ତେବେ ଏହାକୁ ନେଇ ଭାରତୀୟ ହକି ଟିମଙ୍କୁ ଚାରିଆଡୁ ଶୁଭେଚ୍ଛା ମିଳିଥିବା ବେଳେ ଗତକାଲି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡିଓ କଲ୍ ଜରିଆରେ ସେମାନଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଥିଲେ ।

ଭାରତୀୟ ହକି ଦଳ ଏପରି ବିଜୟ ଧାରା ବଜାୟ ରଖି ଦେଶର ଗୌରବ ବଢାଇ ଚାଲନ୍ତୁ ବୋଲି କହିବା ସହ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଏହା ସହ ଭାରତୀୟ ହକି ଦଳର ଖେଳାଳି ଓ ସହାୟକ କର୍ମଚାରୀଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ଘୋଷଣା ମଧ୍ୟ କରିଥିଲେ। ତେବେ ଆଜି ଭାରତୀୟ ହକି ଦଳର ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଭାବେ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ।

Get real time updates directly on you device, subscribe now.