fbpx

କଳାହାଣ୍ଡି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ମମିତା ମେହେର ହତ୍ୟାକାଣ୍ଡକୁ ମାସେ ପୁରିବା ପରେ ଗସ୍ତରେ ଆସୁଛନ୍ତି ମୁଖିଆ

ଭବାନୀପାଟଣା (ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ଆସୁଛନ୍ତି । ମମିତା ମେହେରଙ୍କୁ ଗତ ଅକ୍ଟୋବର ୮ ତାରିଖରେ ହତ୍ୟା କରାଯାଇଥିବା ବେଳେ ଆଜି ଠିକ୍‌ ମାସେ ପରେ ନଭେମ୍ବର ୮ ତାରିଖରେ ମୁଖ୍ୟମନ୍ତ୍ରୀ ଗସ୍ତରେ ଆସୁଛନ୍ତି । ଏନେଇ ସ୍ଥାନୀୟ ଓୟୁଏଟି ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଏହି ଗସ୍ତକୁ ଉଭୟ କଂଗ୍ରେସ ଓ ବିଜେପି ବିରୋଧ କରୁଛନ୍ତି । ତେଣୁ ପୋଲିସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୨୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ମୁଖ୍ୟମନ୍ତ୍ରୀ ସୋମବାର ସକାଳେ ଭୁବନେଶ୍ବରଠାରୁ ବିମାନ ଯୋଗେ ଉତକେଲା ଏୟାରଷ୍ଟ୍ରିପ୍‌ରେ ଅବତରଣ କରିବେ । ସେଠାରୁ ହେଲିକପ୍ଟର ଯୋଗେ ଭବାନୀପାଟଣା ଓୟୁଏଟି ପରିସରକୁ ଯିବେ। ସକାଳ ୧୧ଟାରେ ଓୟୁଏଟି ଅଡିଟୋରିୟମରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ କରିବେ। ଏହି କାର୍ଯ୍ୟକ୍ରମରେ ୨୫୦ ଜଣ ମହିଳା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସମସ୍ତଙ୍କ କୋଭିଡ୍‌ ପରୀକ୍ଷା କରାଯାଇଛି। ୩୦ ଜଣ ସାମ୍ବାଦିକଙ୍କ କୋଭିଡ୍‌ ପରୀକ୍ଷା ପରେ ପାସ୍‌ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ ୧୧ଟା ୫୦ ପର୍ଯ୍ୟନ୍ତ ଚାଲିବ। ସେଠାରୁ ମୁଖ୍ୟମନ୍ତ୍ରୀ ଉତକେଲାଯାଇ ବିମାନ ଯୋଗେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।

 

Get real time updates directly on you device, subscribe now.