fbpx

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବେଲ୍ ବଜାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୧୪ ତାରିଖରେ ମୁମ୍ବାଇରେ ହେବ ନିବେଶକ ସମ୍ମିଳନୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାରଠୁ ମୁମ୍ବାଇ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ଆସନ୍ତା ୧୫ ତାରିଖରେ ସେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓପନିଂ ଘଣ୍ଟି ବଜାଇବେ ବୋଲି ସୂଚନା ମିଳିଛି। ୧୪ ତାରିଖରେ ମୁମ୍ବାଇରେ ନବୀନ ନିବେଶକ ସମ୍ମିଳନୀ କରିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଅନେକ ବଡ଼ ବଡ଼ କମ୍ପାନୀର ମୁଖ୍ୟଙ୍କୁ ଭେଟି ପାରନ୍ତି। ତେବେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ମୁଖ୍ୟ ମଙ୍ଗଳମ୍ ବିର୍ଲା, ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ୍‌ଙ୍କୁ ସେ ଭେଟୁଥିବା ସୂଚନା ମିଳିଛି।

ଆସନ୍ତା ନଭେମ୍ବରରେ ମେକ୍ ଇନ୍ ଓଡ଼ିଶା ତୃତୀୟ ସଂସ୍କରଣର କାର୍ଯ୍ୟକ୍ରମ ରହିଛି। ଏହା ପୁର୍ବରୁ ମୁଖ୍ୟମନ୍ତ୍ରୀ ନିଜେ ବୁଲିବୁଲି ନିବେଶକମାନଙ୍କୁ ଆମନ୍ତ୍ରଣ କରୁଛନ୍ତି। ସେହିପରି ପୁର୍ବରୁ ମଧ୍ୟ ମୁମ୍ବାଇରେ ୩ଟି ବୈଠକ ହୋଇ ସାରିଛି। କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଦୁବାଇରେ ନିବେଶକମାନଙ୍କ ସହିତ ଏକ ସମ୍ମିଳନୀରେ ଯୋଗ ଦେଇଥିଲେ। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଓଡ଼ିଶାର କିଛି ଷ୍ଟକ୍ ରହିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ସେଠାକୁ ଯିବେ ଏବଂ ଓପନିଂ ବେଲ୍‌କୁ ବଜାଇବେ

ପୁର୍ବରୁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ବେଲ୍ ବଜାଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୨୨ ତାରିଖରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ପଟେଲ୍‌, ୨୦୨୦ରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ୍ ଏବଂ କେରଳର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ଉମଙ୍ଗ ଚାନ୍ଦ ମଧ୍ୟ ଏହି ଘଣ୍ଟି ବଜାଇଛନ୍ତି।

Get real time updates directly on you device, subscribe now.