fbpx

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ହୀରାକୁଦ ବିସ୍ଥାପିତଙ୍କ ପରିବାରକୁ ମିଳିବ ଜମି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହୀରାକୁଦ ବିସ୍ଥାପିତଙ୍କ ପରିବାର ପାଇଁ ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହୀରାକୁଦ ବିସ୍ଥାପିତଙ୍କ ପରିବାରକୁ ଜମି ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସୂଚନା ମୁତାବକ, ୨ ହଜାର ପରିବାରକୁ ଜମି ଯୋଗାଇବେ ରାଜ୍ୟ ସରକାର । ବିସ୍ଥାପିତଙ୍କ ୬୦ ବର୍ଷର ଦାବି ପୂରଣ ନେଇ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ଦୀର୍ଘଦିନ ହେଲା ନଦୀବନ୍ଧ ଦ୍ୱାରା ଅନେକ ପରିବାର ବିସ୍ଥାପିତ ହୋଇଥିଲେ । ବିସ୍ଥାପିତଙ୍କ ପରିବାରକୁ ସହଯୋଗ କରିବାକୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଝାରସୁଗୁଡ଼ା ଜିଲ୍ଲାରେ VCରେ BSKY ସ୍ମାର୍ଟ କାର୍ଡ ବଣ୍ଟନ ଅବସରରେ ଏହି ଘୋଷଣା କରିଛନ୍ତି ମୁଖମନ୍ତ୍ରୀ ।

ତେବେ ପାଞ୍ଚ ଦଫା ଦାବି ନେଇ ଉତ୍ତରାଞ୍ଚଳ ରାଜସ୍ବ କମିସନର(ଆର୍‌ଡିସି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ପକ୍ଷରୁ ଧାରଣା ଦିଆଯାଇଥିଲା । ୫ ଦଫା ସମ୍ବଳିତ ଦାବିପତ୍ର ସମିତି ପକ୍ଷରୁ ଆର୍‌ଡିସିଙ୍କ ଜରିଆରେ ମୁଖ୍ୟ ସଚିବଙ୍କୁ ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.