ଆସନ୍ତା 6 ତାରିଖରେ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ବିଭାଗରେ ଚାକିରି ପାଇବେ..

81 ଜଣ ସରକାରୀ ପଲିଟେକନିକ ଶିକ୍ଷକ ପାଇବେ ନିଯୁକ୍ତି ।

ଭୁବନେଶ୍ବର: ଆସନ୍ତା 6 ତାରିଖରେ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରେଳ ଅଡିଟୋରିୟମରେ ନିଯୁକ୍ତି ମେଳା ହେବ । ଅନେକ ଆଶାୟୀ ଶିକ୍ଷକ ଚାକିରି ପାଇବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ଗଣଶିକ୍ଷା ବିଭାଗରେ 826 ପିଜିଟି ଶିକ୍ଷକ ନିଯୁକ୍ତି ପାଇବେ । ସେହିପରି 81 ଜଣ ପଲିଟେକନିକ୍ ଶିକ୍ଷକଙ୍କୁ ଚାକିରି ଦିଆଯିବ । ମୋଟ 1240ଜଣଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ବାଣ୍ଟିବା ନେଇ ସୂଚନା ରହିଛି ।

ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ 169, ବାଣିଜ୍ୟ ପରିବହନ ବିଭାଗରେ 63, ଅବକାରୀ ବିଭାଗରେ 32, ପଞ୍ଚାୟତରାଜ ବିଭାଗରେ 49, ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗରେ 19ଜଣଙ୍କୁ ଚାକିରି ଦିଆଯିବ ।

ନିଯୁକ୍ତିମେଳାରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ପଞ୍ଚାୟତ ଓ ପାନୀୟ ଜଳ ବିଭାଗ, ବାଣିଜ୍ୟ ପରିବହନ ବିଭାଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗରେ ଚାକିରି ଦିଆଯିବ ।