ବ୍ରହ୍ମପୁର ଗସ୍ତରେ ଯାଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ପ୍ରତି ରବିବାର..

ବ୍ରହ୍ମପୁରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର: ଗତକାଲି ମୁଖ୍ୟମନ୍ତ୍ରୀ ଗଞ୍ଜାମ ଗସ୍ତରେ ଯାଇଥିଲେ । ଭିମପୁର ସ୍କୁଲର 100 ବର୍ଷ ପୂରଣ ହେବା ଅବସରରେ ଯୋଗ ଦେବା ସହିତ ମା ବୁଢ଼ୀ ଠାକୁରାଣୀଙ୍କୁ ମଧ୍ୟ ଦର୍ଶନ କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି । ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବେ ବୋଲି କହିଛନ୍ତି ।

ନୂଆ ସରକାର ଆସିବା ପରେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ସମସ୍ୟା ଶୁଣିବା ସହିତ ଅଭିଯୋଗର ସମାଧାନ ମଧ୍ୟ କରୁଥିଲେ ।

ଏହାସହିତ ଗତ 21 ତାରିଖରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତରେ ଯାଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ତେବେ ଗତକାଲି ମୁଖ୍ୟମନ୍ତ୍ରୀ କହିଛନ୍ତି ବ୍ରହ୍ମପୁରରେ ଅଭିଯୋଗ ପ୍ରକୋଷ୍ଠ ସ୍ଥାପନ ହେବ । ରବିବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି ଅଭିଯୋଗ ଶୁଣିବେ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ, ଆପଣମାନଙ୍କ ଦାବି ଏବଂ ସମସ୍ୟା ଶୁଣିବା ପାଇଁ ବ୍ରହ୍ମପୁର ଆସିବି । ଆପଣ ସମସ୍ତ ଅଭିଯୋଗ ଶୁଣାଇପାରିବେ ।  ସମସ୍ୟାର ସମାଧାନ ମଧ୍ୟ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।