fbpx

Big Breaking; ବଡ଼ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ! ନବୀନ ନିବାସରେ ବରିଷ୍ଠ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଜି ନବୀନ ନିବାସ ସମ୍ମୁଖରେ ଲାଗିଛି ବିଜେଡିର ବରିଷ୍ଠ ନେତାଙ୍କ ଭିଡ଼ । ଜଣକ ପରେ ଜଣେ ଦଳର ଅନେକ ନାମୀ ଚେହେରା ନବୀ ନିବାସରେ ଆସି ପହଞ୍ଚିଛନ୍ତି । ଏଠାରେ ଦଳ ତରପରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟଙ୍କ ସମେତ ପ୍ରତାପ ଦେବ, ବାସନ୍ତୀ ହେମ୍ବ୍ରମ ଏବଂ ଅଶୋକ ପଣ୍ଡା ପ୍ରମୁଖ ନବୀନ ନିବାସରେ ପହଞ୍ଚିଛନ୍ତି ।

ଏହାବ୍ୟତୀତ ଅରୁଣ ସାହୁ, ସଞ୍ଜୟ ଦାସବର୍ମା ଏବଂ ସମୀର ଦାଶ ମଧ୍ୟ ଏଠାରେ ଉପସ୍ତିତ ରହିଛନ୍ତି । ତେଣୁ ବିଜୁ ଜନତା ଦଳର ବଡ ବଡ଼ ହସ୍ତୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂଣର୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବା ନେଇ ଅନୁମାନ କରାଯାଉଛି । କିନ୍ତୁ ଏହି ପ୍ରସଙ୍ଗ କ’ଣ ହୋଇପାରେ ସେ ନେଇ କୌଣସି ସୂଚନା ମିଳି ପାରିନାହିଁ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବୈଠକ ପରେ ରାଜ୍ୟବାସୀଙ୍କ ପାଇଁ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.