fbpx
BJD SKY
BJD SKY

ନୂଆ ସପ୍ତାହରେ ଏହି ୩ ରାଶିର ଲୋକଙ୍କୁ ମିଳିବ ସଫଳତା: ଧନଲାଭ ହେବାର ସୁଯୋଗ

BJD

ନୂଆଦିଲ୍ଲୀ: ନଭେମ୍ବର ମାସର ଆଉ ଏକ ନୂଆ ତଥା ଶେଷ ସପ୍ତାହ ଆରମ୍ଭ ହୋଇଯାଇଛି । ନଭେମ୍ବର ୨୭ ତାରିଖରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ଏହି ସପ୍ତାହ ଖୁବ ସ୍ପେଶାଲ ହେବାକୁ ଯାଉଛି । କାରଣ ଏହି ସପ୍ତାହରେ ଦେବ ଦୀପାବଳି, କାର୍ତ୍ତିକ ପୂର୍ଣ୍ଣିମା ଭଳି ପର୍ବ ପର୍ବାଣୀ ରହିଛି । ତେବେ ଏହି ସପ୍ତାହ ଅନେକ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ କିଛି ନୂଆ ଉପହାର ଆଣି ଆସିବ ବୋଲି ଆଶା ରହିଛି । ସେହିପରି ଆଉ କିଛି ରାଶି ଏହି ସପ୍ତାହରେ ବିଭିନ୍ନ ସମସ୍ୟା ଦେଇ ଗତି କରିପାରେ ।

ତେବେ ଏହି ସପ୍ତାହରେ ବୃଷ, ସିଂହ ଏବଂ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଧନଲାଭର ଯୋଗ ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ କିଭଳି ରହିଛି ଏହି ସପ୍ତାହ…

ବୃଷ: ସମସ୍ତ ବର୍ଗର ଲୋକଙ୍କ ପାଇଁ ସହାୟତା ସହିତ ଆଗକୁ ବଢିବାର ସୁଯୋଗ ମିଳିବ । ପ୍ରଶାସନ ପ୍ରବନ୍ଧନ ଖୁବ ଭଲ ରହିବ । ବ୍ୟବସାୟରେ ବୃଦ୍ଧି ହେବ, କିନ୍ତୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ନିଜର ଧୈର୍ଯ୍ୟ, ଧର୍ମ ଏବଂ ବିବେକକୁ ବ୍ୟବହାର କରନ୍ତୁ । ପରିଜନଙ୍କ ସହ ସୁସମ୍ପର୍କ ରହିବ । ତେବେ ଜରୁରୀ କାମରେ ଶୀଘ୍ରତା କରନ୍ତୁ ନାହିଁ । ମିତ୍ର ବା ବନ୍ଧୁମାନଙ୍କ ପକ୍ଷରୁ ଲାଭ ପ୍ରାପ୍ତି ହେବ । ଏହାସହିତ ପ୍ରେମ ସମ୍ପର୍କରେ ମଧ୍ୟ ସୁଧାର ଆସିପାରେ ।

ସିଂହ: ଏହି ସପ୍ତାହରେ କାର୍ଯ୍ୟରେ ଶୀଘ୍ର ଅନୁଭବ କରିବାକୁ ପଡ଼ିପାରେ । ଶ୍ରେଷ୍ଠ ସମୟ ଏବଂ ସୁଯୋଗର ଲାଭ ଉଠାଇପାରିବେ । କାର୍ଯ୍ୟ ବ୍ୟପାରରେ ନୂଆ ସମ୍ଭାବନା ସୃଷ୍ଟି ହେବ । ସକ୍ରିୟତା ଜାରି ରଖନ୍ତୁ, କାର୍ଯ୍ୟଗତିରେ ସୁଧାର ଆସିବ । ଭାବିଚିନ୍ତି କତାବାର୍ତ୍ତା କରିବାର ଲାଭ ମିଳିବ ।

କୁମ୍ଭ: ଆପଣ କିଛି ଲୋକଙ୍କୁ ପାଇବେ ଏବଂ କାର୍ୟ୍ୟ କରିବେ ଯାହା ଆପଣଙ୍କ ସହିତ ଦୀର୍ଘ ସମୟ ପର୍ୟ୍ୟନ୍ତ ରହିବ ଜ୍ଝ ଅର୍ଥନୈତିକ ଦୃଷ୍ଟିକୋଣରୁ ଅଗ୍ରଗତି ହେବା ସହ ସ୍ୱାସ୍ଥ୍ୟରେ ମଧ୍ୟରେ ଉନ୍ନତି ହେବ । ପରିବାର ସହିତ ସୁଖଦ ସମୟ ବିତାଇବେ ଏହି ରାଶିର ବ୍ୟକ୍ତି । ବୈବାହିକ ସମ୍ପର୍କରେ ସମନ୍ୱୟ ରହିବ । ଚାକିରିରେ ମଧ୍ୟ ସ୍ଥିରତା ରହିବ । ବ୍ୟବସାୟରେ ହେଉଥିବା ହାନି-ଲାଭ ଉପରେ ସ୍ଥିରତା ରହିବ ।

Get real time updates directly on you device, subscribe now.