fbpx
BSKY
BJD SHG SKY
BJD MC SKY

ଟିକାକରଣର ଫିଡବ୍ୟାକ୍ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୬ା୧(ଓଡିଶା ଭାସ୍କର) : ଆଜିଠାରୁ ବିଶ୍ୱର ସବୁଠାରୁ ବଡ ଟିକାକରଣର ଶୁଭାରମ୍ଭ ହୋଇଛି । ରାଜ୍ୟରେ ଟିକାକରଣର ଫିଡବ୍ୟାକ୍ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଫିଡବ୍ୟାକ ନେଇଛନ୍ତି । ରାଜ୍ୟରେ ପ୍ରଥମ ଟିକା ନେଇଥିବା ବ୍ରହ୍ମପୁର ଡାକ୍ତରଙ୍କ ନବୀନ ଆଲୋଚନା କରିଛନ୍ତି । ଫିଡବ୍ୟାକ୍ ନେବା ପରେ ମୁଖ୍ୟମନ୍ତ୍ରୀ ନିଜ ବୟାନରେ କହିଛନ୍ତି ଯେ, ‘୨୦୨୧ ଆମ ପାଇଁ ଭଲ ଖବର ନେଇ ଆସିଛି । କୋଭିଡ ଯୋଦ୍ଧାମାନେ ସଂଗ୍ରାମ ଜାରି ରଖିଛନ୍ତି । ଆପଣଙ୍କ ତ୍ୟାଗ ଓ ସେବାକୁ ଆମେ ଭୁଲିପାରିବୁନି ।’

ତେବେ ଓଡ଼ିଶାରେ ମୋଟ୍ ୧୬୧ଟି କେନ୍ଦ୍ରରେ ଟିକାକରଣର ଶୁଭାରମ୍ଭ ହୋଇଛି । ଗର୍ଭବତୀ ଓ ୧୮ ବର୍ଷରୁ କମଙ୍କୁ ଟିକା ଦିଆଯିବ ନାହିଁ । ୧୪ ଦିନ ଭିତରେ ଅନ୍ୟ ଟିକା ନେଇଥିଲେ ଏହି ଟିକା ନେବେ ନାହିଁ ।

Get real time updates directly on you device, subscribe now.