ଭଦ୍ରକକୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ, ୨୭୪ କୋଟି ଟଙ୍କାର ପ୍ରକଳ୍ପ ଭେଟି ସହିତ ନବୀନଙ୍କୁ ଟାର୍ଗେଟ

ଭଦ୍ରକରେ ୧୩ ପୂର୍ଣ୍ଣାଙ୍ଗ ପ୍ରକଳ୍ପର ଲୋକାର୍ପଣ ସହ ନୂଆ ପ୍ରକଳ୍ପର ଶିଳାନ୍ୟାସ କଲେ ମୋହନ ମାଝୀ ।

ଭୁବନେଶ୍ବର: ଭଦ୍ରକବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭଦ୍ରକରେ ୨୭୪ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ ।

୧୩ ପୂର୍ଣ୍ଣାଙ୍ଗ ପ୍ରକଳ୍ପର ଲୋକାର୍ପଣ ସହ ନୂଆ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।  ଏହାସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି । ଶିଳାନ୍ୟାସ ସହ ରମ୍ଭିଳା ପଞ୍ଚାୟତ ଖେଳ ପଡ଼ିଆରୁ ବିଜେଡିକୁ ଟାର୍ଗେଟ୍‌ କରିଛନ୍ତି ।

୧୬ ବର୍ଷ ଧରି ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ନ ଥାଆନ୍ତି କହିଲେ । ଆମ ସରକାର ସମସ୍ତଙ୍କ ଅଭିଯୋଗ ଶୁଣୁଛି ।  ରାଜଧାନୀ ସହିତ ବାହାରେ ବି ଶୁଣୁଛି ।

5T ନାଁରେ ରଙ୍ଗ ମାରିବା ଓ ବାଜା ବଜାଇବାରେ ଚାଲିଯାଇଛି । ଆୟୁଷ୍ମାନ ଯୋଜନା ପୂର୍ବ ସରକାର ଲାଗୁ କରୁ ନଥିଲେ, ଆମେ କଲୁ ବୋଲି ମୋହନ ମାଝୀ କହିଛନ୍ତି ।

ଚାଷୀଙ୍କୁ ଶହେ ଚଙ୍କା ବୋନସ୍ ଘୋଷଣା କରିଥିଲେ, କିନ୍ତୁ ଦେଇ ପାରିଲେନି । ସୁଭଦ୍ରା ସହାୟତା ରାଶି ଉପଯୋଗ କରି ଲକ୍ଷପତି ଦିଦି ତିଆରି ହେଲେ ବୋଲି କହି ପୂର୍ବର ବିଜେଡି ସରକାରଙ୍କୁ ଧୋଇଛନ୍ତି ।