ଓଡିଶା ଭାସ୍କର: ଖରିଫ ଋତୁ ଧାନ ସଂଗ୍ରହ ଏବଂ ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କୁ ଆଶ୍ଵାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୋଟେ ବି ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହେବେନି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ଜାରି ପ୍ରକ୍ରିୟାର ଅବଧିକୁ ବୃଦ୍ଧି କରାଯାଇଛି । ଏହି ପଞ୍ଜୀକରଣ ପ୍ରକ୍ରିୟା ଗତ ଜୁଲାଇ ୧୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଚାଷୀମାନଙ୍କ ସ୍ବାର୍ଥ ଓ ଅନୁରୋଧ କ୍ରମେ ଏହି ଅବଧିକୁ ବୃଦ୍ଧି କରିଛନ୍ତି ସରକାର ।
ପଢନ୍ତୁ ଅଧିକ ଖବର…. ଅର୍ଜୁନଙ୍କ ତୀକ୍ଷ୍ଣ ତୀରରେ ଘାଇଲା ହୋଇଥିବା ସୁନ୍ଦରୀ ସାନିଆ କିଏ ? ଜାଣନ୍ତୁ ଡିଟେଲ୍ସ….
ଏପର୍ଯ୍ୟନ୍ତ ପ୍ରାୟ ୧୦ ଲକ୍ଷ ୯୩ ହଜାର ୨୨୦ ଜଣ ଚାଷୀ ପଞ୍ଜୀକରଣ କରିଥିବାବେଳେ ଆଗକୁ ଏହା ଆହୁରି ବୃଦ୍ଧି ହେବ । ଏଥିସହ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରାଯାଇଥିବା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।