ବଢିଲା ଓମ୍ଫେଡ୍ କ୍ଷୀର ଦର, ଦୁଗ୍ଧ ଚାଷୀଙ୍କର ଅକାଳରେ ମୃତ୍ୟୁ ହେଲେ ମିଳିବ ଏତିକି ଟଙ୍କା ବୀମା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓମଫେଡ୍ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର: ଓମଫେଡ୍ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ଆଜିଠାରୁ ଓମଫେଡ୍ ଦୁଗ୍ଧ ଚାଷୀ ଲିଟର ପିଛା ୩ଟଙ୍କା ଅଧିକ ପାଇବେ। ଖାଉଟିଙ୍କ ପାଇଁ ବୃଦ୍ଧି ହେବାକୁ ଥିବା ୪ ଟଙ୍କାରୁ ୨ ଟଙ୍କା ସରକାର ବହନ କରିବେ।
ରାଜ୍ୟ ସରକାର ଏହି ଅର୍ଥ ବହନ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାଦ୍ୱାରା ରାଜ୍ୟରେ ୨ ଲକ୍ଷ ୫୦ ହଜାର ଦୁଗ୍ଧ ଚାଷୀ ଉପକୃତ ହେବେ। ଏଥିସହ ଦୁଗ୍ଧ ଚାଷୀଙ୍କ ଅକାଳରେ ଯଦି ମୃତ୍ୟୁ ଘଟେ ତେବେ ସେମାନଙ୍କୁ ୧ ଲକ୍ଷ ଟଙ୍କାର ବୀମା ମିଳିବ।
ଦୁଗ୍ଧଚାଷୀଙ୍କୁ ଅଧିକ ୩ଟଙ୍କା ଦେବେ ସରକାର। ୩୦ ଟଙ୍କା ପରିବର୍ତ୍ତେ ୩୩ ଟଙ୍କା ପାଇବେ ଦୁଗ୍ଧଚାଷୀ। ଦୁଗ୍ଧଚାଷୀଙ୍କ ପାଇଁ ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହେବ। ଜୁନ ୧୩ରୁ ଗ୍ରାହକଙ୍କ ପାଇଁ ବର୍ଦ୍ଧିତ ଦର ଲାଗୁ ହେବ। ଏଥିରେ ପ୍ରାୟ ୨.୫ ଲକ୍ଷ ଗୋପାଳକ ହେବେ ଲାଭବାନ।