fbpx

ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ଜିରୋ କାଜୁଆଲିଟିକୁ ଅଧିକ ଗୁରୁତ୍ବ ଦିଆଯାଇଛି କହିଲେ ମୁଖ୍ୟମନ୍ତ୍ରୀ

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ । ଜିରୋ କାଜୁଆଲିଟିକୁ ଅଧିକ ଗୁରୁତ୍ବ ଦିଆଯାଇଛି କହିଲେ ମୁଖ୍ୟମନ୍ତ୍ରୀ । ସହରାଞ୍ଚଳରେ ଅଳ୍ପ ବର୍ଷାରେ ହେଉଥିବା ବନ୍ୟା ସ୍ଥିତି ନିୟନ୍ତ୍ରଣ ପାଇଁ ଗୁରୁତ୍ବ । ସହରାଞ୍ଚଳ ବନ୍ୟା ସ୍ଥିତି ନିୟନ୍ତ୍ରଣ ପାଇଁ ୨୦୦ କୋଟି ପ୍ରସ୍ତାବ ଦିଆଯାଇଛି । ଟ୍ବିନ୍‌ ସିଟି କୃତ୍ରିମ ବନ୍ୟା ପରିଚାଳନା ପାଇଁ ଆଇଆଇଟିର ନିଆଯିବ ସହାୟତା ।

ବୈଷୟିକ ସହାୟତା ଓ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିବ ଆଇଆଇଟି । ରାଜ୍ୟ, ଜିଲ୍ଲା, ସବଡିଭିଜନସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କରାଯିବ । ସାପ କାମୁଡ଼ା ବାବଦରେ ଆପ୍‌ ମାଧ୍ୟମରେ ଲୋକଙ୍କୁ କରାଯିବ ସତର୍କ । ୨୦ଟି ଓଡ୍ରାଫ ଟିମ୍‌କୁ ବଢ଼ାଇ ୩୦ କରାଯିବ କହିଲେ ମୁଖ୍ୟମନ୍ତ୍ରୀ । ବାହାନଗା ଭଳି ବିପର୍ଯ୍ୟୟ ମୁକାବିଲା ପାଇଁ ୫ଟି ଆଞ୍ଚଳିକ ଅଗ୍ନିଶମ ହବ୍‌ ହେବ ।

Get real time updates directly on you device, subscribe now.