fbpx

ଆଜି ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ: ଉଦ୍‌ଘାଟନ କରିବେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ହକି ବିଶ୍ୱକପ୍ ପାଇଁ ସାରା ରାଜ୍ୟରେ ଉତ୍ସାହ ଦେଖା ଦେଇଥିବା ବେଳେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯାଇ ଅନ୍ତର୍ଜାତୀୟ ସ୍ତରର ସର୍ବ ବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଉଦ୍‌ଘାଟନ କରିବେ । ଏଥିସହ ସୁନ୍ଦରଗଡ଼ରେ ନିର୍ମିତ ହୋଇଥିବା ମେଡ଼ିକାଲ କଲେଜର ଉଦ୍‌ଘାଟନ କରିବା ନେଇ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି ।ସୂଚନାଯୋଗ୍ୟ ଯେ, ହକି ବିଶ୍ୱକପ୍ ପୂର୍ବରୁ ରାଉରକେଲା ସହରରେ ମୋ ବସ୍ ସେବାର ଶୁଭାରମ୍ଭ ମଧ୍ୟ କରିବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁବାର ଦିନ ୧୨.୧୫ରେ ରାଉରକେଲାରେ ପହଞ୍ଚିବେ ସେଠାରୁ ସେ ସିଧା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଯିବେ । ଷ୍ଟାଡିୟମରେ ରହୁଥିବା ଖେଳାଳିମାନଙ୍କ ସହ ଭାବ ବିନିୟମ କରିବେ । ଏହାପରେ ଅପରାହ୍ନ ୪ଟାରେ ଡିଏଭି ପୋଖରୀ ନିକଟରେ ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବେ । ଏହି ସବୁ ପ୍ରକଳ୍ପର ୧୧୦୦ କୋଟି ଟଙ୍କା ବିନିଯୋଗ କରାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ ଅପରାହ୍ନ ୪.୨୫ରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଉଦ୍‌ଘାଟନ କରିବାକୁ ଥିବା ବେଳେ ସେଠାରେ ୧୫ ମିନିଟ ରହିବେ ।

Get real time updates directly on you device, subscribe now.