fbpx

କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା: କହିଲେ ଭୟଭୀତ ହୁଅନ୍ତୁ ନାହିଁ, କୋଭିଡ୍ ନିୟମ ମାନନ୍ତୁ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା । ରାଜ୍ୟରେ କୋଭିଡ ସଂକ୍ରମଣ ଏବଂ ଏହାର ମୁକାବିଲା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ମୁଖ୍ୟ ଶାସନ ସଚିବ କହିଛନ୍ତି ବର୍ତ୍ତମାନ ସାରା ଦେଶରେ ତୃତୀୟ ଲହର ଚାଲିଛି, ଓମିକ୍ରନ ପାଇଁ ସଂକ୍ରମଣ ମଧ୍ୟ ବଢ଼ୁଛି । ଜୀବିକାକୁ ବଜାୟ ରଖି କୋଭିଡ୍ ମୁକାବିଲାକୁ ଗୁରୁତ୍ୱପୂର୍ଣ୍ଣ ସେଥିପାଇଁ ଲକଡାଉନ କି ସଟ୍ଡାଉନ ରାଜ୍ୟରେ କରାଯାଇନାହିଁ । ସେ କହିଛନ୍ତି ତୃତୀୟ ଲହର ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କୋଭିଡ ହସ୍ପିଟାଲ ମାତ୍ର ୭ ଦିନ ମଧ୍ୟରେ ପ୍ରସ୍ତୁତ ହୋଇଛି । ଆଗାମୀ କିଛି ସପ୍ତାହ ଗୁରୁତ୍ୱପୂର୍ଣ୍ଣ । ପୂର୍ବ ଲହର ତୁଳନାରେ ଏବେ ହସ୍ପିଟାଲ, ଆଇସିୟୁ କମ୍ ଦରକାର ପଡ଼ୁଛି ।

ସେ ଆହୁରି କହିଛନ୍ତି ତୃତୀୟ ଲହର ପାଇଁ ଭୟଭୀତ ହେବା ଦରକାର ନାହିଁ । ବର୍ତ୍ତମାନ ପ୍ରାୟ ୨% ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୧୦୦ ରୁ ମାତ୍ର ୨ ଆକ୍ରାନ୍ତ ଏବେ ହସ୍ପିଟାଲ ଯାଉଛନ୍ତି । ପୂର୍ବରୁ ୧୦ ରୁ ୧୨ % ଆକ୍ରାନ୍ତ ହସ୍ପିଟାଲ ଯାଉଥିଲେ । ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡଲାଇନ ମାନିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଜରୁରୀ । ଗତ ସପ୍ତାହେ ହେଲା ୧୦ ରୁ ୧୧ ହଜାର ସଂକ୍ରମଣ ରହୁଛି । ସତର୍କ ନରହିଲେ ଏହି ସଂଖ୍ୟା ଆହୁରି ବଢ଼ିବା ସମ୍ଭାବନା । ଗହଳିକୁ ନ ଯିବା, ସଠିକ୍ ଢ଼ଙ୍ଗରେ ମାସ୍କ ପିନ୍ଧିବା,ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶରେ ଔଷଧ ନେବା ପାଇଁ କହିଛନ୍ତି ମୁଖ୍ୟ ଶାସନ ସଚିବ ।

Get real time updates directly on you device, subscribe now.