fbpx

୪୦ ଫୁଟ୍ ଗଭୀର ବୋର୍ ୱେଲରେ ଖସିପଡ଼ିଲା ଶିଶୁ, NDRF ଏବଂ ପୋଲିସର ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଦିଲ୍ଲୀର କେଶୋପୁର ମଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । କେଶୋପୁର ମଣ୍ଡି ନିକଟସ୍ଥ ଦିଲ୍ଲୀ ଜଳ ବୋର୍ଡ଼ ପ୍ଲାଣ୍ଟ ଭିତରେ ଥିବା ଏକ ୪୦ ଫୁଟ୍ ଗଭୀର ବୋଲୱେଲରେ ଶିଶୁ ଖସି ପଡ଼ିଛି । ତେବେ ଶିଶୁଟି ଖେଳୁଥିବା ସମୟରେ ଏହି ଘଟଣା ଘଟିଛି । ଖବର ପାଇ ଅଗ୍ନିଶମ ବାହିନୀ, ଏନ୍‌ଡିଆରଏଫ୍ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର୍ ଜାରି ରଖିଛନ୍ତିି । ଦିଲ୍ଲୀ ଅଗ୍ନିଶମ ବାହିନୀଙ୍କ କହିବାନୁଯାୟୀ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ୍ ଜାରି ରହିଛି ଏବଂ ଶିଶୁକୁ ଶୀଘ୍ର ସୁରକ୍ଷିତ ଉଦ୍ଧାର କରାଯିବ । ଏନେଇ ଏଏନ୍‌ଆଇ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ଶିଶୁକୁ ଉଦ୍ଧାର କରିବା ପାଇଁ ସମାନ୍ତରାଳ ଭାବେ ଆଉ ଏକ ବୋରୱେଲ ଖୋଳାଯାଉଛି । ୪୦ ଫୁଟର ଗଭୀର ବୋରୱେଲ ହୋଇଥିବାରୁ ଉଦ୍ଧାର କରିବା କଷ୍ଟକର ହେଉଛି । ହେଲେ ଆଉ ଏକ ବୋରୱେଲ ଖୋଳିବା ପାଇଁ ଲମ୍ବା ସମୟ ଲାଗିପାରେ । ପ୍ରଥମେ ଯେଉଁ ବୋରୱେଲରେ ଶିଶୁଟି ପଡ଼ିଯାଇଛି, ତା ଭିତରକୁ ଦଉଡି ପକାଯାଇଥିଲା । ହେଲେ ଏହା ଦ୍ୱାରା ଉଦ୍ଧାର କରିବା ସଫଳ ହୋଇନଥିଲା । ଫଳରେ ଏନଡିଆରଏଫ୍ ଟିମ୍ ଆଉ ଏକ ବୋରୱେଲ ଖୋଳିବା କାମରେ ଲାଗିଛନ୍ତି ।

Get real time updates directly on you device, subscribe now.