fbpx

ନଦୀରେ ଗାଧୋଇବାକୁ ଯାଇ ନିଖୋଜ ଥିବା ପରିବାରର ୩ ଜଣଙ୍କ ମୃତ ଦେହ ଉଦ୍ଧାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦର ଥାନା ସେମିନା ନିକଟ ଇବ ନଦୀରେ ଗାଧୋଇବାକୁ ଯାଇ ୩ ଜଣ ନିଖୋଜ ଥିଲେ । ବର୍ତ୍ତମାନ ନିଖୋଜ ଦୁଇ ଜଣଙ୍କ ମୃତ ଦେହ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ୨ ଭାଇ ମହମ୍ମଦ ରିଜୱାନ୍ ଓ ମହମ୍ମଦ ଫାରହାନ ଏବଂ କାକା ମହମ୍ମଦ ସାହିଦ ।

ସୂଚନାରୁ ପ୍ରକାଶ ଶନିବାର ସୁନ୍ଦରଗଡ଼ ଟାଉନ୍ ଥାନା ରିଜେଣ୍ଟ ଅଞ୍ଚଳର ଗୋଟିଏ ପରିବାରର ୩ ଜଣ ଇବ ନଦୀ କୂଳକୁ ପିକନିକ୍ ପାଇଁ ଆସିଥିଲେ । ତେବେ ନଦୀରେ ଗାଧୋଇବା ସମୟରେ ୨ ଭାଇ ମହମ୍ମଦ ରିଜୱାନ୍ ଓ ମହମ୍ମଦ ଫାରହାନଙ୍କ ଚୋରା ବାଲିରେ ଗୋଡ଼ ଫସିଯାଇଥିଲା । ତେବେ ଆଜି ଇବ ନଦୀରୁ ଏହି ୩ ଜଣଙ୍କ ମୃତ ଦେହ ମିଳିଛି । ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବାରୁ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.