fbpx

ଛୋଟ ପିଲାକୁ ଘେରିଗଲେ ୪ଟି ଭୟଙ୍କର କୁକୁର: ସେ ଡରିଲାନି, ନିଜର ଦମ୍ ଦେଖାଇଲା

ନୂଆଦିଲ୍ଲୀ: ଅନେକ ସମୟରେ ଛୋଟ ପିଲାଙ୍କର କିଛି ସାହସିକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ୪ଟି କୁକୁର ଏକ ନିରୀହ ବାଳକଙ୍କୁ ଚାରିପଟୁ ଘେରି ଯାଇଥିଲେ ହେଁ ସେ ବିପଦର ସାମ୍ନା କରିଥିଲା । ଡରି ନଯାଇ କୁକୁରମାନଙ୍କୁ ଦମ୍ ଦେଖାଇଥିଲେ । ଶେଷରେ ସେ ଜିତିଥିଲା ଓ କୁକୁରମାନେ ଦୌଡ଼ି ପଳାଇ ଯାଇଥିଲେ ।

ଭିଡିଓରେ ଦେଖାଯାଉଛି, ଭାଇଭଉଣୀ ସାଥୀ ହୋଇ ଏକ କଲୋନୀ ରାସ୍ତାରେ ଆସୁଥିଲେ । ଏହି ସମୟରେ ହଠାତ୍ କିଛି କୁକୁର ସେମାନଙ୍କୁ ଗୋଡ଼ାଇଥିଲେ । ତେବେ କୁକୁରମାନେ ଭୁକିବାରୁ ଭଉଣୀ ଡରରେ ଭାଇକୁ ଛାଡ଼ି ସେ ସ୍ଥାନରୁ ପଳାଇ ଯାଇଥିଲା । ମାତ୍ର ଭାଇ ବିପଦ ମଧ୍ୟରେ ଫସି ଯାଇଥିଲା । ଏହା ପରେ ଛୋଟ ପିଲାଟି ସାହସ ନ ହରାଇ ଧୈର୍ଯ୍ୟର ସହ ପରିସ୍ଥିତିକୁ ସାମ୍ନା କରିଥିଲା ।

ପିଲାଟି ଏକୁଟିଆ ହୋଇଯାଇଥିଲେ ହେଁ ନିଜର ବୁଦ୍ଧିର ପ୍ରୟୋଗ କରିଥିଲା । ସେ କୁକୁରମାନଙ୍କ ଆଡ଼କୁ ହାତ ଉଠାଇ ମାଡ଼ି ଯାଇଥିଲା । ଫଳରେ କୁକୁରମାନେ ଭୟରେ ପଳାୟନ କରିଥିଲେ । ଏହି ଭିଡିଓକୁ ଯିଏ ଦେଖୁଛି ସିଏ ପ୍ରଶଂସା କରୁଛି । ଛୋଟ ପିଲାଟିଏ ହେଲେ ମଧ୍ୟ ତା’ର ଉପସ୍ଥିତ ବୁଦ୍ଧିକୁ ସମସ୍ତେ ତାରିଫ୍ କରୁଛନ୍ତି । ଏହି ଭିଡିଓକୁ ବର୍ତ୍ତମାନ ୨୦ ଲକ୍ଷ ଲୋକ ଦେଖିସାରିଲେଣି ।

Get real time updates directly on you device, subscribe now.