fbpx

ମୋବାଇଲ, ଚାପ ଏବଂ ସାନିଟାଇଜର କାରଣରୁ ଦେଶରେ ବଢିଲା ଅକାଳ ଯୌବନବସ୍ଥା, ଝିଅମାନେ ଅଧିକ ପ୍ରଭାବିତ

ପୁଣେ(ଓଡ଼ିଶା ଭାସ୍କର): କରୋନା ମହାମାରୀ ସମୟରେ ଲକ୍‌ଡାଉନ୍ ସମୟରେ ଭାରତୀୟ ପିଲା ପୁର୍ବ ତୁଳନାରେ ଶୀଘ୍ର ବଡ଼ ହୋଇଛନ୍ତି ଏବଂ ଏହାର ଅଧିକ ପ୍ରଭାବ ବିଶେଷ କରି ଝିଅମାନଙ୍କ ଉପରେ ପଡଛି। ପୁଣେରେ କରାଯାଇଥିବା ଏକ ଅନୁସନ୍ଧାନ ଅନୁଯାୟୀ ୮ରୁ ୯ ବର୍ଷ ବୟସର ପିଲାମାନଙ୍କଠାରେ ଅକାଳ ଯୌବନବସ୍ଥା ୩.୬ ପ୍ରତିଶତ ବୃଦ୍ଧି ପାଇଛି। ତେବେ ଏହାର ମୁଖ୍ୟକାରଣ ହେଉଛି, ଚିନ୍ତାଗ୍ରସ୍ଥ, ଶୋଇବାରେ ଅନିୟମିତତା, ଅତ୍ୟଧିକ ମୋବାଇଲ ଫୋନ ବ୍ୟବହାର ଏବଂ ସାନିଟାଇଜର ବ୍ୟବହାର କାରଣରୁ ହୋଇଛି।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ କରୋନା ପ୍ରତିବନ୍ଧକ ମଧ୍ୟରେ ଡାକ୍ତରଖାନାକୁ ଆସିଥିବା ୩,୦୫୩ ରୋଗୀଙ୍କ ମଧ୍ୟରୁ ୧୫୫ ପିଲା (୫.୧ ପ୍ରତିଶତ) ଅକାଳରେ ଯୌବନବସ୍ଥା ବିଷୟରେ ପରାମର୍ଶ ନେବାକୁ ଆସିଥିଲେ, ଯାହା ମହାମାରୀ ପୂର୍ବରୁ ୪,୨୦୮ ମଧ୍ୟରୁ ୫୯ (୧.୪ ପ୍ରତିଶତ) ଥିଲା। ତେବେ କରୋନା ସମୟରେ ସାନିଟାଇଜରର ବହୁଳ ବ୍ୟବହାର ହୋଇଥିଲା। ସମ୍ଭତଃ ସାନିଟାଇଜରରେ ଥିବା ଟ୍ରାଇକ୍ଲୋସାନ ସହ ଅଧିକ ସମ୍ପର୍କରେ ଆସିବା କାରଣରୁ ଅକାଳ ଯୌବନବସ୍ଥା ମାମଲା ବଢ଼ିଯାଇଛି । ତେବେ ଏହି ଖବରକୁ ସୁନିଶ୍ଚିତ କରିବାକୁ ଅଧିକ ଅଧ୍ୟୟନ ଆବଶ୍ୟକ।

ତେବେ ଏହି ଟ୍ରାଇକ୍ଲୋସାନ୍ ହେଉଛି ଏକ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଫଙ୍ଗଲ୍ ଏଜେଣ୍ଟ ଯାହା ଟୁଥପେଷ୍ଟ, ସାବୁନ୍, ଡିଟରଜେଣ୍ଟ, ସାନିଟାଇଜର, ଖେଳନା ଭଳି ଦ୍ରବ୍ୟରେ ଯୋଗ କରାଯାଇଥାଏ। ଜାହାଙ୍ଗୀର ହସ୍ପିଟାଲରେ କରାଯାଇଥିବା ଏହି ଅଧ୍ୟୟନଟି ପେଡିଆଟ୍ରିକ୍ ଏଣ୍ଡୋକ୍ରିନୋଲୋଜି ଏବଂ ମେଟାବୋଲିଜିମ୍ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି।

ଡାକ୍ତରଖାନାର ଅଭିବୃଦ୍ଧି ଏବଂ ଶିଶୁ ଏଣ୍ଡୋକ୍ରିନୋଲୋଜି ବିଭାଗର ଶିଶୁରୋଗ ବିଶେଷଜ୍ଞ ଅନୁରାଧା ଖଦିଲକର କହିଛନ୍ତି ଯେ ପିଲାମାନଙ୍କ ଯୌବନବସ୍ଥାର ପ୍ରକୃତ କାରଣ ଜଣା ପଡିନାହିଁ। ମୋବାଇଲ୍ ଫୋନର ଅତ୍ୟଧିକ ବ୍ୟବହାର, ବିଳମ୍ବରେ ଶୋଇବା, ଚାପ, ଚିନ୍ତା, ଉଦାସୀନତା ଇତ୍ୟାଦି ଯୌବନବସ୍ଥାର କାରଣ ବୋଲି ଜଣାଶୁଣା ଏବଂ ଲକଡାଉନ୍ ସମୟରେ ଏହି ସବୁ କାରଣଗୁଡିକ ପ୍ରଚଳିତ ରହିଲା। ତେଣୁ, ସେମାନଙ୍କୁ ଆଠରୁ ନଅ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ଯୌବନବସ୍ଥାର କାରଣ ଭାବରେ ବିବେଚନା କରାଯାଏ।

Get real time updates directly on you device, subscribe now.