ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବିକ୍ରମ ନାଥ ଶନିବାର ଦିନ ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ନିର୍ଗମନକୁ ନିୟନ୍ତ୍ରିତ କରିବା ଏବଂ ସ୍ୱଚ୍ଛ କୌଶଳରେ ନିବେଶର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି।
ସେ କହିଛନ୍ତି ଯେ, ଶିଶୁଙ୍କର ଏଭଳି ପରିବେଶରେ ବଡ଼ ହେବା ଅସ୍ୱୀକାର୍ଯ୍ୟ, ଯେଉଁଠାରେ ସେମାନେ ବାହାରେ ଖେଳିବା ସମୟରେ ସେମାନଙ୍କୁ ମାସ୍କ ପିନ୍ଧିବାକୁ ପଡିବ।
ଏହି ବିବୃତ୍ତି ସେ ବିଜ୍ଞାନ ଭବନରେ ଜାତୀୟ ପରିବେଶ ସମ୍ମିଳନୀ ୨୦୨୫ର ଉଦଘାଟନ ଅଧିବେଶନରେ ଦେଇଛନ୍ତି, ଏଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଥିଲେ। ବିଚାରପତି ନାଥ କହିଛନ୍ତି ଯେ, ଭାରତର ରାଜଧାନୀରେ ପ୍ରଦୂଷର ସ୍ତର ନିୟମିତ ଭାବେ ଅଧିକ ରହୁଛି।
ଆମେ ସମସ୍ତେ ଏହି କଥାକୁ ସମର୍ଥନ କରିବା ଆବଶ୍ୟକ ଯେ, ପିଲାମାନେ ଏହି ପରିବେଶରେ ବଡ଼ ହେବା ଠୁକ୍ ନୁହେଁ, ଯେଉଁଠାରେ ସେମାନେ ବାହାରେ ଖେଳିବା ସମୟରେ ମାସ୍କ ପିନ୍ଧିବାକୁ ବାଧ୍ୟ ହେବେ ବା କମ ବୟସରେ ସେମାନେ ଶ୍ୱାସ ରୋଗରେ ପୀଡିତ ହେବେ।
ସେ ଏହାକୁ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଆମକୁ ନିର୍ଗମନକୁ ନିୟନ୍ତ୍ରଣ କରିବାକୁ ପଡିବ।