fbpx

ଆଜିଠୁ ଚିଲିକାରେ ପକ୍ଷୀ ଗଣନା, ୫ଟି ଜୋନ୍‌ରେ ୨୧ଟି ଟିମ୍‌ ନିୟୋଜିତ ହେବେ

ଚିଲିକା, (ଭାସ୍କର ନ୍ୟୁଜ୍‌): ମଙ୍ଗଳବାରଠାରୁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା  । ସକାଳ ୬ଟାଠାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏହି ପକ୍ଷୀଗଣନା କରାଯିବ । ଏଥିପାଇଁ ସେମାବାର ଦିନ ଗଣନାକାରୀ ଟିମ୍‌କୁ ତାଲିମ ଦିଆଯାଇଛି । ସମଗ୍ର ଚିଲିକା ତଥା ବନ୍ୟପ୍ରାଣୀ ବିଭାଗ ବାଲୁଗାଁ ଡିଭିଜନର ୫ଟି ଜେନ୍‌ରେ  ଗଣନା ପକ୍ଷୀ ଗଣନା କରାଯିବ। ପ୍ରତିବର୍ଷ ପରି ଚଳିତବର୍ଷ ଚିଲିକାକୁ କେତେ ସଂଖ୍ୟକ ଦେଶୀ ବିଦେଶୀ ପକ୍ଷୀ ଆଗମନ କରିଛନ୍ତି ସେ ନେଇ ତଥ୍ୟ ସଂଗ୍ରହ କରାଯିବ ।

ସୂଚନା ମୁତାବିକ,  ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ଗଣନା କାର୍ଯ୍ୟରେ ମୋଟ ୨୧ଟି ଟିମ୍‌ ନିୟୋଜିତ ହେବେ । ଟାଙ୍ଗୀ ଜୋନ୍‌ରେ ୮ଟି ଟିମ୍‌, ବାଲୁଗାଁରେ ୫, ସାତପଡ଼ାରେ ୩ ଏବଂ ରମ୍ଭା ଓ କୃଷ୍ଣପ୍ରସାଦ ଜୋନ୍‌ରେ ଅବଶିଷ୍ଟ ଟିମ୍‌ ନିୟୋଜିତ ରହିବେ । ଗଣନା କାର୍ଯ୍ୟରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିପିଏସ୍‌ ଓ ବାଇନାକୁଲାର ବ୍ୟବହାର କରାଯିବ ବୋଲି ଚିଲିକା ଡିଏଫ୍‌ଓ ଜ୍ୟୋତି କୋଟଲ୍‌ କହିଛନ୍ତି ।

Get real time updates directly on you device, subscribe now.