fbpx

ଚିଲିକାରେ ବନ୍ଦ ହେଲା ଭସାପୋଲ ସେବା: ଜାଣନ୍ତୁ କଣ ରହିଛି କାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିଲିକାରେ ବନ୍ଦ ହେଲା ଭସାପୋଲ ସେବା । ସୋମବାର ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ସେବାକୁ ବନ୍ଦ ରଖାଯାଇଥିବା ବେଳେ ପର୍ଯ୍ୟଟକ ନୁହନ୍ତି ବରଂ ସ୍ଥାନୀୟ ଜନ ସାଧାରଣ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବେ ।

ଚିଲିକା ଅନ୍ତର୍ଗତ ସାତପଡାରୁ ଜହ୍ନିକୁଦା ଯାଏଁ ଏହି ବୋଟ ସେବା କାମ କରିଥାଏ । ଏହି ୬ କିମି ଅଞ୍ଚଳରେ ଯାତ୍ରା କରୁଥିବା ଭସାପୋଲ ସେବାକୁ ବନ୍ଦ କରି ଦିଆଯାଇଛି । ଚିଲିକାରେ ଜଳର ପରିମାଣ ନିୟମିତ ଅନ୍ତରାଳରେ ହ୍ରାସ ପାଉଛି । ଜଳର ମାତ୍ରା ହ୍ରାସ ପାଉଥିବା କାରଣରୁ ସେବା ବନ୍ଦ କରିବା ପାଇଁ ସିଡିଏ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

Get real time updates directly on you device, subscribe now.