fbpx

ଯିଏ ଯେତେ ଗଣିପାରୁଛ ସେତେ ନେଇଯାଅ ଟଙ୍କା, କର୍ମଚାରୀଙ୍କୁ ଏପରି ବୋନସ ଦେଲା କମ୍ପାନୀ

ନୂଆଦିଲ୍ଲୀ: ଯେତେବେଳେ କୌଣସି କମ୍ପାନୀରେ କର୍ମଚାରୀମାନଙ୍କୁ ବୋନସ ମିଳେ ସେହି ସମୟରେ କିଛି ନିୟମ ଅନୁଯାୟୀ କର୍ମଚାରୀଙ୍କୁ ବୋନସ ପ୍ରଦାନ କରାଯାଏ । ସାଧାରଣତଃ ଏହି ବୋନସକୁ କର୍ମଚାରୀଙ୍କ ଆକାଉଣ୍ଟକୁ କିମ୍ବା ଚେକ ମଧ୍ୟମରେ ଦିଆଯାଏ । ହେଲେ ଏକ କମ୍ପାନୀ ତାର କର୍ମଚାରୀଙ୍କ ସାମ୍ନାରେ ଟଙ୍କା ରଖି କିଛି ସର୍ତ୍ତ ରଖିଥିଲା । ଏଥିସହ କମ୍ପାନୀ ଏକ ଗେମ ମାଧ୍ୟମରେ ଏହି କ୍ୟାସକୁ ବଣ୍ଟନ କରିଛି । ଏହି ଗେମରେ ୫୦୦୦ କର୍ମଚାରୀ ଭାଗ ନେଇଥିଲେ । ସାଉଥ ଚାଇନା ମର୍ଣ୍ଣିଙ୍ଗ ପୋଷ୍ଟର ରିପୋର୍ଟ ମୁତାବକ, କମ୍ପାନୀ କର୍ମଚାରୀଙ୍କ ପାଇଁ ଟଙ୍କା ଗଣିବାର ଗେମ ରଖିଥିଲା । ଏହି ଗେମରେ ଯିଏ ଯେତେ ଗଣି ପାରିବ ସିଏ ସେତେ ଟଙ୍କା ନିଜ ଘରକୁ ନେଇପାରିବ । ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ କମ୍ପାନୀର ବସଙ୍କ ପାଖେ ଲୋକମାନଙ୍କ ରିଜ୍ୟୁମର ଲାଇନ ଲାଗିଗଲା ।

ଚୀନରେ ନୂଆ ବର୍ଷ ପାଇଁ କମ୍ପାନୀ କର୍ମଚାରୀମାନଙ୍କୁ ବୋନସ ପ୍ରଦାନ କରିଥାଏ । ଏହି ସମୟରେ ଏଠାରେ ଏକ କମ୍ପାନୀ ଭିନ୍ନ ଢଙ୍ଗରେ କର୍ମଚାରୀମାନଙ୍କୁ ବୋନସ ପ୍ରଦାନ କରିଛି । ତେବେ କମ୍ପାନୀର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଟେବୁଲ ରଖାଗଲା, ଯେଉଁଥିରେ ୧୦୦ ୟୁଆନ ନୋଟର ଥାକ ଦିଆଗଲା । ପୁଣି ଏଠାରେ କର୍ମଚାରୀମାନଙ୍କୁ କୁହାଗଲା ଯେ, ଯାହା ଉପରେ ୧୦୦ ୟୁଆନର ନୋଟ ରଖାଗଲା । ଏହାପରେ କୁହାଗଲା ନିଜ ହାତରେ ଯିଏ ଯେତେ ଟଙ୍କା ଗଣି ପାରୁଛ ସେତେ ଟଙ୍କା ନେଇପାର । ଏହାପରେ କର୍ମଚାରୀମାନେ କ୍ୟାସ ଗଣିବାକୁ ଲାଗିଲେ, ଯାହା ପାଇଁ ଏକ ନିର୍ଦ୍ଦାରିତ ସମୟ ଦିଆଯାଇଥିଲା । ଏହି ସମୟ ଲଟେରୀ ସିଷ୍ଟମରେ ନିର୍ଦ୍ଦାରିତ କରାଯାଇଥିଲା । କାହାକୁ ନୋଟ ଗଣିବା ପାଇଁ ୧ ମିନିଟ ତ ଆଉ କାହାକୁ ୨ ମିନିଟ ଦିଆଯାଉଥିଲା । ଅଧିକରୁ ଅଧିକ ୧୫ ମିନିଟ ଦିଆଯାଉଥିଲା । ଅର୍ଥାତ ଯାହାର ଲଟେରୀ ୧୫ ମିନିଟ ଲାଗୁଥିଲା ତାକୁ ସବୁଠାରୁ ଅଧିକ ନୋଟ ଗଣିବା ପାଇଁ ସମୟ ମିଳୁଥିଲା । ଏହି ଗେମରେ କିଛି ଏପରି ନିୟମ ମଧ୍ୟ ଥିଲା ନୋଟ ଗଣିବା ନିର୍ଭୁଲ ହେବା ଦରକାର । ଯଦି କିଏ ଗଣିବା ଭୁଲ କରନ୍ତି ତେବେ ତା ବୋନସରୁ ୧୦୦୦ ୟୁଆନ ମାଇନସ କରାଯିବ ।

Get real time updates directly on you device, subscribe now.