fbpx

ଚୀନ୍‌ରେ ବ୍ୟାପିବାରେ ଲାଗିଛି ଅଜଣା ଫ୍ଲୁ , ପ୍ରତିଦିନ ହଜାର ହଜାର ରୋଗୀ ଆସୁଛନ୍ତି ହସ୍ପିଟାଲ

ନୂଆଦିଲ୍ଲୀ: ଚୀନ୍‌ରେ ପିଲାମାନଙ୍କ ମଧ୍ୟରେ ନିମୋନିଆ ପରି ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗରେ ପୀଡିତ ପିଲାମାନଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା ହେଉଛି । ଏବେ ସୂଚନା ମିଳିଛି କି ପ୍ରତିଦିନ ୭ ହଜାରରୁ ଅଧିକ ରୋଗୀ ହସ୍ପିଟାଲ ଆସୁଛନ୍ତି । ଏହି ରୋଗକୁ ନେଇ ସାରା ବିଶ୍ୱରେ ଏବେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଚୀନ୍ କହୁଛି ଏଥିରେ ଭୟ କରିବାର କିଛି ନାହିଁ ବୋଲି । ଚୀନ୍‌ର ଅଧିକାରୀ କହିଛନ୍ତି ଏହି ଫ୍ଲୁ ପରି ରୋଗର କାରଣ କୌଣସି ନୂଆ ଭାଇରସ୍ ନୁହେଁ । କୋଭିଡ୍ ୧୯ର ନିୟମ ହଟିଯିବା ପରେ ପିଲାମାନେ ଏହି ଫ୍ଲୁର ଶିକାର ହୋଇପଡିଛନ୍ତି ।

ତେବେ ଚୀନ୍‌ରେ ନିମୋନିଆ ପରି ରୋଗ ବ୍ୟାପିବା ଏହି କାରଣରୁ ଚିନ୍ତା ବୃଦ୍ଧି କରିଛି କି ଆଜିକୁ ୪ ବର୍ଷ ପୂର୍ବେ ଡିସେମ୍ବର ୨୦୧୯ରେ କୋଭିଡ୍ ଏହିଠାରୁ ହିଁ ଆରମ୍ଭ ହୋଇଥିଲା । ଏହାପରେ ସାରା ବିଶ୍ୱରେ ଏହା ବ୍ୟାପିଯାଇଥିଲା ଓ ମହାମାରୀ ରୂପ ଧାରଣ କରିଥିଲା ।

ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ କମିଶନ ଅଧିକାରୀ ମି ଫେଙ୍ଗ କହିଛନ୍ତି ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖି ଚୀନ୍‌ରେ ଅଧିକ ପେଡିଆଟ୍ରିକ୍ କ୍ଲିନିକ୍ ଖୋଲାଯାଉଛି । ଏହା ସହିତ ଅଧିକରୁ ଅଧିକ ପିଲା ଓ ବୟସ୍କଙ୍କୁ ଫ୍ଲୁ ଭାକସିନ୍ ଦିଆଯାଉଛି । ଲୋକଙ୍କୁ ମାସ୍କ ପିନ୍ଧିବାକୁ ଓ ବାରମ୍ବାର ହାତ ଧୋଇବାକୁ କୁହାଯାଉଛି ।

Get real time updates directly on you device, subscribe now.