fbpx
BJD SKY
BJD SKY

ଚୀନକୁ ଚକମା ଦେବ ‘ପ୍ରଳୟ’, ଉତ୍ତର-ପୂର୍ବ ଭାରତରେ ଏକ ବଡ଼ ଧରଣର ଯୁଦ୍ଧାଭ୍ୟାସ

BJD

ନୂଆଦିଲ୍ଲୀ: ଚୀନ୍କୁ ଚକମା ଦେବ‘ପ୍ରଳୟ’ । ଅର୍ଥାତ ଚୀନ୍ ସହିତ ଚାଲିଥିବା ବିବାଦ ମଧ୍ୟରେ ଆମର ବାୟୁସେନା ଉତ୍ତର-ପୂର୍ବ ଭାରତରେ ଏକ ବଡ଼ ଧରଣର ଯୁଦ୍ଧାଭ୍ୟାସ କରିବାକୁ ଯାଉଛି । ଏହାର ନାମ ‘ପ୍ରଳୟ’ ରଖାଯାଇଛି । ବାୟୁସେନା ସହ ଜଡିତ ସୂତ୍ରରୁ ଜଣାପଡିଛି ଯେ ସମସ୍ତ ପ୍ରମୁଖ ଏୟାରବେସରୁ ଏହାକୁ ଅନ୍ତିମ ରୂପ ଦିଆଯିବ । ନିକଟରେ ନିୟୋଜିତ ଡ୍ରୋନ ସ୍କ୍ୱାଡ୍ରନ୍ ମଧ୍ୟ ଏହାର ଏକ ଅଂଶ ହେବ । ପ୍ରଳୟ ଯୁଦ୍ଧାଭ୍ୟାସ ଏପରି ଏକସମୟରେ ଘଟୁଛି ଯେତେବେଳେ ଭାରତୀୟ ବାୟୁସେନା ପୂର୍ବ ସେକ୍ଟରରେ ଏସ୍-୪୦୦ ଏୟାର ଡିଫେନ୍ସ ସ୍କ୍ୱାଡ୍ରୋନ୍ ନିୟୋଜିତ ଏବଂ ସକ୍ରିୟ କରିଛି, ଯାହା ୪୦୦ କିଲୋମିଟର ମଧ୍ୟରେ କୌଣସି ଶତ୍ରୁ ବିମାନ କିମ୍ବା କ୍ଷେପଣାସ୍ତ୍ରକୁ ନଷ୍ଟ କରିବାର କ୍ଷମତା ରଖିଛି । ଦୁନିଆର ବହୁତ କମ ଦେଶରେ ଏହି ପ୍ରକାରର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଛି । ଋଷ ସହିତ କୋଟି କୋଟି ଡଲାରରେ ଭାରତ ଏହି ଚୁକ୍ତି କରିଛି । ଅଧିକାରୀଙ୍କ

କହିବାନୁସାରେ, ଭାରତୀୟ ବାୟୁସେନାର ପ୍ରଳୟ ଯୁଦ୍ଧାଭ୍ୟାସ ପରିବହନ ଏବଂ ଅନ୍ୟାନ୍ୟ ବିମାନ ଏବଂ ରାଫେଲ ଏବଂ ସୁଖୋଇ -୩୦ ଯୁଦ୍ଧ ବିମାନ ସମେତ ଭାରତୀୟ ବାୟୁସେନା(ଆଇଏଏଫ୍)ର ପ୍ରମୁଖ ଯୁଦ୍ଧ ସଂଶାଧନ ଦେଖିବାକୁ ମିଳିବ ଗତ କିଛି ମାସ ମଧ୍ୟରେ ଆଇଏଏଫ ଦ୍ୱାରା ଏହା ହେଉଛି ଦ୍ୱିତୀୟ କମାଣ୍ଡ ସ୍ତରୀୟ ଯୁଦ୍ଧାଭ୍ୟାସ । ନିକଟରେ ଭାରତୀୟ ବାୟୁସେନା ସିକ୍କିମ ଏବଂ ସିଲିଗୁଡ଼ି କରିଡର ସେକ୍ଟରରେ ଶତ୍ରୁ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଏହାର କ୍ଷମତା ବଢ଼ାଇବା ପାଇଁ ଅନ୍ୟ ବେସରୁ ଡ୍ରୋନର ଏକ ସ୍କ୍ୱାଡ୍ରୋନ ଉତ୍ତର-ପୂର୍ବକୁ ସ୍ଥାନାନ୍ତର କରିଥିଲା ।

ଅନ୍ୟପକ୍ଷରେ ଚୀନ୍ ମଧ୍ୟ ଡୋକଲାମ ଅଞ୍ଚଳରେ ନିଜର କାର୍ଯ୍ୟକଳାପ ବୃଦ୍ଧି କରୁଛି ଏବଂ ଭାରତୀୟ ସୁରକ୍ଷା ଏଜେନ୍ସିମାନେ ଏହାର ନିରନ୍ତର ନଜର ରଖିଛନ୍ତି । ତେବେ ଯେତେବେଳେ ବି ଚୀନ୍ ବିମାନ ଏଲ୍ଏସିର ଅତି ନିକଟରୁ ଉଡ଼ିବାକୁ ଚେଷ୍ଟା କରେ କିମ୍ବା ସେଠାରେ ଭାରତୀୟ ବାୟୁସୀମାକୁ ପଶିବାକୁ ଚେଷ୍ଟା କରେ ସେତେବେଳେ ଭାରତ ପକ୍ଷରୁ ତାହାଡକୁ ତଡି ଦିଆଯାଇଥାଏ ।

Get real time updates directly on you device, subscribe now.