fbpx

ସମସ୍ତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହେବ ଅଭିଭାବକ-ଶିକ୍ଷକ ବୈଠକ, ଚିଠି ଲେଖିଲେ ଗଣଶିକ୍ଷା ବିଭାଗ କମିଶନର

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୮ ତାରିଖରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲରେ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହେବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ ଅଶ୍ୱଥୀ ଏସ. ଶନିବାର ଦିନ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଉଚ୍ଚ ମାଧ୍ୟଚମିକ ସ୍କୁଲ ଅଧ୍ୟକ୍ଷକଙ୍କୁ ଚିଠି ଲେଖି ଜଣାଇଛନ୍ତି । ତେବେ ଏହି ବୈଠକକୁ କିପରି ସୁରୁଖୁରୁରେ ଅୟୋଜନ କରାଯିବ ତାକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି । ଅଭିଭାବକ-ଶିକ୍ଷକ ବୈଠକ ପୂବ୭ରୁ ଏହାର ସୁପରିଚାଳନା ପାଇଁ ଶିକ୍ଷାନୁଷ୍ଠାନ କର୍ମଚାରୀ ଓ ଗଭର୍ନିଂ ବଡି ପ୍ରସ୍ତୁତି ବୈଠକ କରିବେ ।

ପିଟିଏମ ୨ଘଣ୍ଟା ଧରି ଫିଜିକାଲ ମୋଡରେ ହେବ । କିନ୍ତୁ ଯେତେ ସମ୍ଭବ ହେବ ସେଠାରେ ଅଭିଭାବକଙ୍କୁ ଭରଚୁଆଲରେ ଅଂଶଗ୍ରହଣ କରିବା ପାଇଁ ଏକ ଲିଙ୍କ ପଠାଇପାରିବେ । ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଏହି ବୈଠକ ପାଇଁ ଏକ ବ୍ୟାନର କରିବେ । ପିଟିଏମର ଉପସ୍ଥାନ ଓ ପ୍ରୋସିଡିଙ୍ଗ ଆଦି ରେଜିଷ୍ଟରରେ ରହିବ । ଆରଡିଇ, ଡିଇଓ, ଏଡିଇଓ, ଡିପିଓ ଏବଂ ବିଇଓ ପିଟିଏମ ମନିଟରିଂ କରିବେ । ବିଇଓମାନେ ଅଧ୍ୟକ୍ଷଙ୍କ ଠାରୁ ଅପରାହ୍ନ ୩ଟା ସୁଦ୍ଧା ଉଚ୍ଚ ମାଧ୍ୟମିକ ସ୍କୁଲ ସ୍ତରର ରିପୋର୍ଟ ଡିଇଓଙ୍କୁ ପ୍ରଦାନ କରିବେ ଏବଂ ଡିଇଓମାନେ ରାଜ୍ୟକୁ ୪ଟା ସୁଦ୍ଧା ପଠାଇବେ ।

ଜିଲ୍ଲାସ୍ତରୀୟ ମନିଟରିଂ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓପେସା ଓ ସିଏଚଏସଇକୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏ ସମସ୍ତ ନିର୍ଦ୍ଦେଶାବଳୀକୁ ପାଳନ କରି ଅଭିଭାବକ-ଶିକ୍ଷକ ବୈଠକକୁ ସୁରୁଖୁରୁରେ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.