fbpx

ପଛକୁ ହଟିଲା ଚୀନ, ୨ ଦିନରେ ହଟାଇଲା ୨୦୦ରୁ ଅଧିକ ଟ୍ୟାଙ୍କ

ନୂଆଦିଲ୍ଲୀ, ୧୨।୨: ଲଦ୍ଦାଖର LACରେ ଗତ ୯ ମାସ ଧରି ଭାରତ ସହ ତିକ୍ତତା ପରେ ପଛକୁ ହଟିଛି ଚୀନ୍ । ୨ ଦେଶ ମଧ୍ୟରେ ବୁଝାମଣା ପରେ ଖୁବଶୀଘ୍ର ପଛକୁ ଯାଉଛି ଚୀନ୍ । ଚୁକ୍ତି ଅନୁସାରେ, ଚୀନ୍ ପାଙ୍ଗୋଗ ହ୍ରଦର ଦକ୍ଷିଣ କୂଳରୁ ଟ୍ୟାଙ୍କ ପ୍ରତ୍ୟାହାର କରିବା ଆରମ୍ଭ କରିଛି । ଏକ ଭିଡିଓରେ ଟ୍ୟାଙ୍କଗୁଡିକ ପଛକୁ ହଟାଉଥିବାର ସ୍ପଷ୍ଟ ଭାବରେ ଦେଖାଯାଉଛି । ବୁଧବାର ଦିନ ଦୁଇ ଦେଶର ସ୍ଥାନୀୟ କମାଣ୍ଡରଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହାପୂର୍ବରୁ ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ପୂର୍ବ ଲଦାଖର ପାଙ୍ଗୋଗ ହ୍ରଦର ଉତ୍ତର ଓ ଦକ୍ଷିଣ ମୁଣ୍ଡରେ ଅବସ୍ଥିତ ଭାରତ ଓ ଚୀନର ଫରୱାର୍ଡ ପୋଷ୍ଟରେ ସୈନ୍ୟମାନେ ବୁଧବାର ଠାରୁ ବ୍ୟବସ୍ଥିତ ଭାବରେ ପଛକୁ ଫେରିଛନ୍ତି । ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ ଭାରତୀୟ ପକ୍ଷରୁ କୌଣସି ମନ୍ତବ୍ୟ ଗ୍ରହଣ କରାଯାଇ ନାହିଁ ।

Get real time updates directly on you device, subscribe now.