ଟ୍ରମ୍ପଙ୍କ ଟାରିଫ ପ୍ରଭାବ: ଛାନିଆ ଚୀନ, ଭାରତର ମଉଜ, ଜାଣନ୍ତୁ କମିଯିବ ଏହି ଜିନିଷର ଦର
ୟୁଏସ-ଚୀନର ଝଗଡ଼ା ମଧ୍ୟରେ ଶସ୍ତା ହୋଇପାରେ ଏହି ଆଇଟମ୍ସ, ଭାରତ ପାଇଁ ଭଲ ଖବର
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୃଢ ନିଷ୍ପତ୍ତିରେ ଚୀନ ଅସୁବିଧାରେ ଫସିଯାଇଛି। ଟ୍ରମ୍ପ ଚୀନ ଉପରେ ଟାରିଫ ବଢାଇ ୧୨୫% କରିଦେଇଛନ୍ତି। ଏହାର ଅର୍ଥ ଆମେରିକା ଚୀନରୁ ଆମାଦାନୀ ହେଉଥିବା ସାମଗ୍ରୀ ଉପରେ ଆମେରିକା ୧୨୫% ଶୁଳ୍କ ଲାଗୁ କରିଛି। ଏ
ଥିରେ ଚୀନ କମ୍ପାନୀକୁ ବଡ଼ କ୍ଷତି ସହିବାକୁ ପଡିବ। ଚୀନ ଆମେରିକାକୁ ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ ସହ ବହୁ ସଂଖ୍ୟାରେ ଉତ୍ପାଦକୁ ବିକ୍ରି କରୁଛି, ଏଥିରେ ଇକୋନୋମୀକୁ ବୁଷ୍ଟ ମିଳିଥାଏ। ହେଲେ ବର୍ତ୍ତମାନ ଏହା ‘ବୁଷ୍ଟ’ହାସଲ କରିବା ତା ପାଇଁ ଅସୁବିଧା ହୋଇଯାଇଛି।
ଆମେରିକା ବଜାରରେ ଅସୁବିଧା ପରେ ବର୍ତ୍ତମାନ ଚୀନ କମ୍ପାନୀଗୁଡ଼ିକ ଭାରତ ଉପରେ ନିଜର ଫୋକସ ବଢାଇଛି। ଚୀନର କମ୍ପାନୀଗୁଡ଼ିକ ଭାରତକୁ ଅଧିକ ରିହାତି ଅଫର କରୁଛି।
ରିପୋର୍ଟ ମୁତାବକ, ଆମେରିକା ସହ ଟାରିଫ ଯୁଦ୍ଧରେ ଚିନ୍ତିତ ଚୀନ ଇଲେକ୍ରାବିକ୍ସ କମ୍ପୋନେଣ୍ଟ ନିର୍ମାତା ବର୍ତ୍ତମାନ ଭାରତ ଅଧିକ ଡିସକାଉଣ୍ଟ ଦେବାକୁ ପ୍ରସ୍ତୁତ ହେଉଛି।
ଚୀନର ଇଲେକ୍ଟ୍ରୋନିକ୍ସ ଉପାଦାନ ନିର୍ମାତାମାନେ ଭାରତୀୟ କମ୍ପାନୀଗୁଡିକୁ ମୋଟ ରପ୍ତାନି ଉପରେ 5% ରିହାତି ପ୍ରଦାନ କରୁଛନ୍ତି। ଚୀନରୁ ଆସୁଥିବା ଇଲେକ୍ଟ୍ରୋନିକ୍ସ ଉପାଦାନଗୁଡ଼ିକ ରେଫ୍ରିଜରେଟର, ଟିଭି ଏବଂ ସ୍ମାର୍ଟଫୋନ୍ ପରି electric ସାମଗ୍ରୀରେ ବ୍ୟବହୃତ ହୁଏ।
ଭାରତୀୟ ଉତ୍ପାଦକମାନେ ଚାହିଦା ବଢାଇବା ପାଇଁ ଚୀନରୁ ପ୍ରାପ୍ତ ରିହାତିର କିଛି ଲାଭ ଗ୍ରାହକଙ୍କୁ ଦେଇପାରିବେ ବୋଲି ବିଶ୍ୱାସ କରାଯାଏ। ଯଦି ଏହା ଘଟେ, ଆଗାମୀ ଦିନରେ ଫ୍ରିଜ ଠାରୁ ଆରମ୍ଭ କରି ସ୍ମାର୍ଟଫୋନ୍ ପର୍ଯ୍ୟନ୍ତ ସବୁକିଛି ଶସ୍ତା ହୋଇପାରେ।