ସୁନ୍ଦର ଦେଖାଯିବା ପାଇଁ କରୁଥିଲେ ଚିକିତ୍ସା, ହେଲା ସାଇଡ୍ ଇଫେକ୍ଟ, ଲୁଟିନେଲେ ୫ କୋଟି

ଚେଙ୍ଗ ଦାବି କରିଛନ୍ତି ଯେ ପ୍ରତ୍ୟେକ ଥର ଆକାଉଣ୍ଟରେ ଟଙ୍କା ଜମା କରିବାକୁ ତାଙ୍କ ଉପରେ ବାରମ୍ବାର ଚାପ ପକାଯାଇଥିଲା ।

ନୂଆଦିଲ୍ଲୀ: ଚୀନର ଜଣେ ବ୍ୟକ୍ତି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ସେ ଦୁଇ ବର୍ଷ ମଧ୍ୟରେ ଏକ ହେୟାର ସେଲୁନରେ ବିନା ଲାଇସେନ୍ସପ୍ରାପ୍ତ ଡିଟକ୍ସ ଏବଂ ୱେଲନେସ୍ ଚିକିତ୍ସା ପାଇଁ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ।

ଏଥିରେ ଏନିମା, ମସାଜ ସାମିଲ ଥିଲା, ଯାହା ତାଙ୍କୁ ଏବେ କିଛି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି ବୋଲି ଜଣାପଡ଼ିଛି । ଅନହୁଇ ପ୍ରଦେଶର ହେଫେଇର ବାସିନ୍ଦା ଚେଙ୍ଗ ଏପ୍ରିଲ ୨୦୨୩ ରେ ଜଣେ ସେଲୁନ୍ ପରିଚାଳକଙ୍କୁ ଭେଟିଥିଲେ, ଯିଏ ତାଙ୍କୁ ଏକ ନୂତନ ଶାଖାର ଉଦଘାଟନ ପାଇଁ ନିମନ୍ତ୍ରଣ କରିଥିଲେ ।

ସେଠାରେ, ଅନ୍ୟ ଜଣେ ପରିଚାଳକ ତାଙ୍କୁ ମସାଜ୍ କରିବାକୁ ପ୍ରବର୍ତ୍ତାଇଥିଲେ ଏବଂ ଆକାଉଣ୍ଟ ଟପ୍‌-ଅପ୍ ସିଷ୍ଟମ ମାଧ୍ୟମରେ ସୌନ୍ଦର୍ଯ୍ୟ ସେବା ନେବାକୁ ରାଜି କରାଇଥିଲେ ।

ଚେଙ୍ଗ ଦାବି କରିଛନ୍ତି ଯେ ପ୍ରତ୍ୟେକ ଥର ଆକାଉଣ୍ଟରେ ଟଙ୍କା ଜମା କରିବାକୁ ତାଙ୍କ ଉପରେ ବାରମ୍ବାର ଚାପ ପକାଯାଇଥିଲା । ପରେ, ଚିକିତ୍ସା ସମୟରେ ସେ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ସେଲୁନ୍ ଟଙ୍କା ଫେରସ୍ତ କରିବାକୁ ମନା କରିଦେଇଥିଲା ।

ଚେଙ୍ଗ ଏକ ସାଲୁନରେ ଓଜନ ହ୍ରାସ ଏବଂ ଏବଂ ତ୍ୱାଚା ଉଜଳ ଦେଖାଯିବା ପାଇଁ ଚିକିତ୍ସା କରାଉଥିଲେ । ଏହା ପରେ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ହେଲେ ଯେଉଁଥିରେ ତାଙ୍କ ଶରୀରରେ ଛୁଞ୍ଚି ଚିହ୍ନ ମଧ୍ୟ ଥିଲା ଯାହା ଭଲ ହେଉନଥିଲା ।

ଯେତେବେଳେ ସେ ଜାଣିଲେ ଯେ ସାଲୁନରେ କୌଣସି ବୈଧ ଯୋଗ୍ୟତା ନାହିଁ, ସେ ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରିଥିଲେ । କିନ୍ତୁ ତାଙ୍କୁ ମନା କରାଯାଇଥିଲା । ଚେଙ୍ଗ ଘଟଣାଟି କର୍ତ୍ତୃପକ୍ଷଙ୍କୁ ଜଣାଇଲେ ଏବଂ ଏହା ବର୍ତ୍ତମାନ ତଦନ୍ତାଧୀନ ଅଛି ।