fbpx
BJD
BJD SKY
BJD SKY

ଶାର୍କ ମାଛକୁ ଖାଇଗଲେ ଚୀନ୍ ର ମହିଳା: ଭିଡିଓ ଦେଖି ଲୋକ ପାଗଳ

BJD

ନୂଆଦିଲ୍ଲୀ: ପ୍ରାୟତଃ ସାମୁଦ୍ରିକ ଜୀବମାନଙ୍କୁ ଦେଖିଲେ ଖୁବ ଭୟ ଲାଗେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଜୀବ ନରଭକ୍ଷୀ ହୋଇଥାନ୍ତି । ତେଣୁ ଏମାନଙ୍କ ନିକଟରୁ ଯଥେଷ୍ଟ ଦୂରତା ଅବଲମ୍ବନ କରିବା ପାଇଁ ସମସ୍ତଙ୍କୁ ସତର୍କ କରାଯାଇଥାଏ । ବିଶେଷ କରି ଶାର୍କ ହେଉଛି ସମୁଦ୍ର ସବୁଠୁ ଭୟଙ୍କର ଜୀବମାନଙ୍କ ମଧ୍ୟରୁ ଏକ । ଏକା ଥରକେ ଏକାଧିକ ମଣିଷଙ୍କୁ ନିଜ ଶିକାର କରିବାର କ୍ଷମତା ରହିଛି ଏହି ଶାର୍କ । ତେଣୁ ଏହାକୁ ସମଦ୍ରର ରାକ୍ଷସ ଏବଂ ସବୁଠୁ ବଳବାନ ଜୀବ ବୋଲି ମଧ୍ୟ କୁହାଯାଏ । କିନ୍ତୁ ସମଦ୍ରରେ ରାଜୁତି କରୁଥିବା ଶାର୍କକୁ ଖାଦ୍ୟ ଭାବେ ନେଇଛନ୍ତି ଚୀନର ଜଣେ ମହିଳା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ସତ ।

ପ୍ରକୃତରେ ଶାର୍କକୁ ଖାଉଥିବା ଏହି ମହିଳା ଜଣକ ହେଉଛନ୍ତି ଜଣେ ଫୁଡ ବ୍ଲଗର । ଶାର୍କକୁ ନିଜ ଶିକାର ବନାଇ ଖାଇବା ସହ ଭିଡିଓ ପୋଷ୍ଟ କରିଛନ୍ତି ତିଜି । ଏହି ଭିଡିଓ ସେ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଭିଡିଓରେ ଶାର୍କକୁ ବାରଭାକ୍ୟୁରେ ରୋଷେଇ କରୁଥିବା ଦେଖିବାକୁ ମିଳିଛି । ତେବେ ସିଚୁଆନ ପ୍ରାନ୍ତରେ ନନାଚୋଙ୍ଗ ସହରର ଏକ ସି’ଫୁଡ ଦୋକାନରୁ ୬ଫୁଟ ଲମ୍ବର ଏକ ଶାର୍କ କିଣୁଥିବାର ଦେଖାଯାଇଛି । ତେବେ ଏହାକୁ ଆର୍ଟିଫିସିଆଲ ଉପାୟରେ ପ୍ରୀଡ କରାଯାଇଥିବା ଦାବି ହୋଇଛି ।

ଶାର୍କର ଲମ୍ବ ଏବଂ ନିଜ ଉଚ୍ଚତାକୁ ମ୍ୟାଚ କରିବା ପାଇଁ ତିଜି ଶାର୍କ ନିକଟରେ ଶୋଇଥିବାର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଶାର୍କ ଏକ ଲୁପ୍ତପ୍ରାୟ ପ୍ରଜାତିର ହୋଇଥିବା ନାନଚୋଙ୍ଗ ସହରର ସ୍ଥାନୀୟ ପୋଲିସ ସ୍ପଷ୍ଟ କରିଛି । ତେବେ ପୋଲିସର ଯାଞ୍ଚ ପରେ ପ୍ରକୃତ ତଥ୍ୟ ସାମନାକୁ ଆସିବ ବୋଲି କୁହାଯାଇଛି । ଶାର୍କକୁ ରୋଷେଇ କରି ଖାଉଥିବାର ଏହି ଭିଡିଓ ଗତ ଜୁଲାଇ ୧୪ ତାରିଖରେ ପୋଷ୍ଟ ହୋଇଛି । ଶାର୍କ ଖାଇବା ଯୋଗ୍ୟ ଏବଂ ଏହା କ୍ୟାପଟିବିଟିରେ ପ୍ରସ୍ତୁତ କରାଯାଇଥିବା ଭିଡିଓରେ ଦାବି କରାଯାଇଛି ।

ତେବେ ଏହି ଭିଡିଓ ଅପଲୋଡ ହେବା ପରେ ଅନେକ ଲୋକ ଏହାକୁ ବିରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନେକ ଲୋକ ଏହି ଭିଡିଓ ଉପରେ ଆଲୋଚନା କରିବା ସହ ଜଙ୍ଗଲୀ ଜନ୍ତୁମାନଙ୍କ ପ୍ରତି ଅଧିକ ସୁରକ୍ଷା ପାଇଁ ଅପିଲ କରିଛନ୍ତି । ତେବେ ସୋସିଆଲ ମିଡିଆରେ ଲୋକମାନଙ୍କ ପ୍ରତିକ୍ରିୟା ପରେ ଏହି ଭିଡିଓକୁ ନିଜ ଆକାଉଣ୍ଟରୁ ଡିଲିଟ କରି ଦେଇଛନ୍ତି ତିଜି ।

Get real time updates directly on you device, subscribe now.