fbpx
BSKY SKY
BSKY SKY

ଖୁବଶୀଘ୍ର ବିଶ୍ୱ ଦେଖିବ ଚୀନ-ତାଇୱାନ ଯୁଦ୍ଧ! କାହାର ମିଲିଟାରୀ କେତେ ପାୱାରଫୁଲ, ଆସନ୍ତୁ ଜାଣିବା ଡିଟେଲ୍ସ

BSKY

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଚୀନ ଓ ତାଇୱାନ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଛି । ତେବେ ଶକ୍ତିଶାଳୀ ଚୀନ ତୁଳନାରେ ନଗଣ୍ୟ ହୋଇଥିଲେ ହେଁ ତାଇୱାନର ସାହସକୁ ସଲାମ କରିବାକୁ ପଡ଼ିବ । ଯଦି ସତରେ ଦୁଇ ଦେଶ ମୁହାଁମୁହିଁ ଯୁଦ୍ଧ କରନ୍ତି, ତେବେ ତାଇୱାନ କ’ଣ ନିଜ ଦମ ବଳରେ ଯୁଦ୍ଧ ଲଢ଼ି ପାରିବ, ଏହାକୁ ନେଇ ଏବେ ସାରା ବିଶ୍ୱବାସୀଙ୍କ ମନରେ ପ୍ରଶ୍ନ ଉଠିଛି ।

ଅଧିକାଂଶ ସମୟରେ ଡ୍ରାଗନ ତାଇୱାନ ସୀମାରେ ପଶି ନାନା ହରକତ କରିଥାଏ । ନିଜର ଫାଇଟର ଜେଟକୁ ଡ୍ରାଗନ ତାଇୱାନର ଆକାଶ ଓ ସମୁଦ୍ର ପଥରେ ଉଡ଼ାଇ ନିଜର ଶକ୍ତି ଦେଖାଇଥାଏ । ଏହାର ଜବାବରେ ତାଇୱାନ ଫାଇଟର ଜେଟର ପିଛା କରିଥାଏ । ଚୀନଠାରୁ ଅନେକ ଗୁଣରେ ଛୋଟ ହୋଇଥିଲେ ହେଁ ତାଇୱାନ ଡ୍ରାଗନକୁ ନାକେଦମ କରିଦେଇଥାଏ ।

ଜନସଂଖ୍ୟା ଦୃଷ୍ଟିରୁ ଚୀନ ଏକ ନମ୍ବରରେ ରହିଥିବା ବେଳେ ତାଇୱାନ ରହିଛି ୫୭ ନମ୍ବରରେ । ଚୀନ ପାଖରେ ୭୫.୪୮ କୋଟିର ମ୍ୟାନ ପାୱାର ରହିଥିବା ବେଳେ ତାଇୱାନ ପାଖରେ ରହିଛି ୧.୨୨ କୋଟି । ଚୀନର ମୋଟ ମ୍ୟାନ ପାୱାରର ୬୧.୯୨ କୋଟିରୁ ଅଧିକ ଲୋକ ସୈନ୍ୟ ସେବାରେ ସାମିଲ ହୋଇଥିବା ବେଳେ ତାଇୱାନର ମାତ୍ର ୧୦ ଲକ୍ଷ ଲୋକ ସେନାରେ ରହିଛନ୍ତି । ଚୀନର ମିଲିଟାରୀରେ ୨୦ ଲକ୍ଷ ଆକ୍ଟିଭ ସୈନ୍ୟ ରହିଥିବା ବେଳେ ତାଇୱାନ ପାଖରେ ୧.୭୦ ଲକ୍ଷ ରହିଛନ୍ତି ।

ଚୀନ ପାଖରେ ୫.୧୦ ରିଜର୍ଭ ସୈନ୍ୟ ରହିଥିବା ବେଳେ ତାଇୱାନ ପାଖରେ ୧୫ ଲକ୍ଷ ରହିଛନ୍ତି । ଚୀନ ପାଖରେ ୬.୨୪ ଲକ୍ଷ ପାରା ମିଲିଟାରୀ ଫୋର୍ସ ରହିଥିବା ବେଳେ ତାଇୱାନ ପାଖରେ ୧୧,୫୦୦ ରହିଛନ୍ତି । ଚୀନ ପାଖରେ ମୋଟ ୩୨୮୫ ଏୟାର କ୍ରାଫ୍ଟ ରହିଥିବା ବେଳେ ତାଇୱାନ ପାଖରେ ୭୪୧ଟି ରହିଛି । ଚୀନ ପାଖରେ ୧୨୦୦ ଲଢ଼ୁଆ ବିମାନ ରହିଥିବା ବେଳେ ତାଇୱାନ ପାଖରେ ୨୯୯ ରହିଛି । ଚୀନ ପାଖରେ ୨୮୬ ପରିବହନ ବିମାନ ରହିଥିବା ବେଳେ ତାଇୱାନ ପାଖରେ ୧୯ଟି ରହିଛି । ଆଜି ପର୍ଯ୍ୟନ୍ତ ଚୀନ ୧୪୪ ସ୍ପେଶାଲ ମିଶନ କରିସାରିଥିବା ବେଳେ ତାଇୱାନ ୧୯ଟି କରିଛି । ଚୀନ ପାଖରେ ୯୧୨ଟି ହେଲିକପ୍ଟର ରହିଥିବା ବେଳେ ତାଇୱାନ ପାଖରେ ୨୦୮ଟି ରହିଛି ।

Get real time updates directly on you device, subscribe now.