ଭୁବନେଶ୍ୱର: ସମସ୍ତଙ୍କର ଛୋଟବେଳ ନିଆଁର । ଆଉ ଆମ ପିଲା ଦିନ ସହିତ ଜଡିତ ଏମିତି ଅନେକ କଥା ରହିଛି ଯାହାକୁ ଭାବିଲେ ଆଜି ମଧ୍ୟ ଆମକୁ ଆଚମ୍ବିତ ଲାଗେ । ମୁଖ୍ୟତଃ ଗାଁ ଗହଳିରେ ଆମେ ଯେତେବେଳେ ଖୁଚୁରା ଦୋକାନକୁ ସାମଗ୍ରୀ କିଣିବାକୁ ଯାଉ ଦେକାନୀ ସାମଗ୍ରୀ ଦେବାପରେ ଖୁଚୁରା ଟଙ୍କା ଦେବା ବଦଳରେ ଚକୋଲେଟ ଧରେଇ ଦିଅନ୍ତି । ତେବେ ବ୍ୟବସାୟ କରିବାର ଏହାମଧ୍ୟ ଗୋଟିଏ ଟେକନିକ୍ କହିଲେ ଭୁଲ ହେବ ନାହିଁ । ତେବେ ଏହା ପ୍ରଥା କେବଳ ଗାଁ ଗହଳିରେ ନାହିଁ, ସିଟିରେ ମଧ୍ୟ ଦେଖିବାକୁ ମିଳେ । ମେଡିକାଲ ଦୋକନ ଠାରୁ ଆରମ୍ଭ କରି ତେଜରାତି ଦୋକାନ ସବୁ ଠାରେ ଏହା ହେଉଥିଲା । କିନ୍ତୁ…..
ବର୍ତ୍ତମାନ ସବୁ କିଛି ବଦଳି ଗଲାଣି । ଧୀରେ ଧୀରେ ଏହା ପରିବର୍ତ୍ତନ ହେବାରେ ଲାଗିଛି । ଆଉ ଏହା ଦେଖିବାକୁ ମିଳୁ ନାହିଁ କାରଣ ଏବେ ସବୁ ଦୋକାନ କାନ୍ଥରେ ଦେଖିବାକୁ ମିଳୁଛି ବାର କୋର୍ଡ । ଡିଜିଟାଲ ପେମେଣ୍ଟ ଏବେ ସାରା ମାର୍କେଟରେ ଛାଇ ହେଇଯାଇଛି । ଲୋକାମାନେ କ୍ୟାସ ଲେସ୍ ଦିଗକୁ ବଢ଼ିଚାଲିଛନ୍ତି । ତେବେ ଏହା ପାଇଁ ମାନ୍ଦାରେ ପଡିଛନ୍ତି ଚକୋଲେଟ ବ୍ୟବସାୟୀ । ଆଗ ଅପେକ୍ଷା ଆଉ ସେତେଟା ବ୍ୟବସାୟୀ ହେଉନାହିଁ ।ପ୍ରାୟତଃ ସବୁ ସ୍ଥାନରେ ଲୋକ ଡିଜିଟାଲ ପେମେଣ୍ଟ କରୁଛନ୍ତି । ଯାହା ଫଳରେ ଖୁଚୁରା ବଦଳରେ ଆଉ ଚକୋଲେଟ ଦେବାକୁ ପଡୁନାହିଁ । କି ଚକୋଲେଟ ବିକ୍ରି ଆଗପରି ହେଉ ନାହିଁ ।
ଡିଜିଟାଲ ପେମେଣ୍ଟ ସୁବିଧା: ଏହା ଦ୍ୱାରା ଦେଖିବାକୁ ଗଲେ ଗୋଟିଏ ଆଡୁ ସୁବିଧା ଆମକୁ ମିଳୁଛି । ଯେତିକି ଟଙ୍କା ହେବ ସେତିକି ହିଁ ଗ୍ରାହକ ଦେଉଛନ୍ତି । ଏହା ବ୍ୟତୀତ ପକେଟମାର ଆଦି ବିଭିନ୍ନ ଅସୁବିଧାରୁ ମଧ୍ୟ ମୁକ୍ତି ମିଳୁଛି ।
ଡିଜିଟାଲ ପେମେଣ୍ଟ ଅସୁବିଧା: ଏହା ହେବା ଠାରୁ ଲୋକମାନେ ନିଜ ପାଖରେ ଟଙ୍କା ରଖିବା କମେଇ ଦେଲେଣି । ଏହା ଦ୍ୱାରା କିଛି ସ୍ଥାନରେ ଗ୍ରାହକ ମାନଙ୍କୁ ଅସୁବିଧା ଭୋଗିବାକୁ ମଧ୍ୟ ପଡୁଛି । କିଛି ସ୍ଥାନରେ ଡିଜିଟାଲ ପେମେଣ୍ଟରେ ନେଟୱେର୍କ ସମସ୍ୟା ମଧ୍ୟ ହେଉଛି । ଯାହା ଦ୍ୱାରା ଲୋକ ବେଳେ ଏହି ଅସୁବିଧା ଭୋଗୁଛନ୍ତି ।