fbpx

କାଶୀପୁରରେ ରୂପ ବଦଳାଉଛି କଲେରା ଜୀବାଣୁ: ଏବେ ‘ଶିଗେଲା’ ଭାଇରସ୍ ଚିହ୍ନଟ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଥିବା ହଇଜାକୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । କାଶୀପୁରରେ ରୂପ ବଦଳାଉଛି କଲେରା ଜୀବାଣୁ । ସେଠାରେ ଚିହ୍ନଟ ହୋଇଛି ନୂଆ ଜୀବାଣୁ । କାଶୀପୁରରେ ‘ଶିଗେଲା’ ଜୀବାଣୁ ଚିହ୍ନଟ ହୋଇଛି । ୩୮ ନମୁନାରୁ ଗୋଟିଏରେ ‘ଶିଗେଲା’ ଜୀବାଣୁ ଚିହ୍ନଟ ହୋଇଛି । ୨୪ଟି ଇ-କୋଲାଇ, ୮ଟି ଭିବ୍ରିଓ ନମୁନା ଚିହ୍ନଟ ହୋଇଛି । ବାହ୍ୟ ମଳମୂତ୍ର ଯୋଗୁ ରୋଗ ବ୍ୟାପୁଥିବା ସ୍ପଷ୍ଟ ହୋଇଛି ।

ତେବେ କାଶୀପୁରରେ ଗୋଟିଏ ପରେ ଗୋଟିଏ ଗାଁକୁ ମାଡି ଚାଲିଥିବାବେଳେ କୋରାପୁଟର ଦଶମନ୍ତପୁରରୁ ଚିହ୍ନଟ ହୋଇଛନ୍ତି ହଇଜା ଆକ୍ରାନ୍ତ । ଦଶମନ୍ତପୁରରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ରୋକିବା ପ୍ରଶାସନ ପାଇଁ ଏବେ ବଡ ଚ୍ୟାଲେଞ୍ଜ ହୋଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କାଶୀପୁର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅଧିକାରୀ । କାଶୀପୁର ବ୍ଲକର ୨୦ରୁ ଉର୍ଦ୍ଧ୍ବ ଗାଁରେ ହଇଜା ବ୍ୟାପିବାରେ ଲାଗିଛି ।‌ ସେପଟେ ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପୁଛି ହଇଜା । ସଚେତନତା ଅଭାବ ଯୋଗୁଁ ସ୍ଥିତି ନିୟନ୍ତ୍ରଣକୁ ଆସୁନି। ଏଥିରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ମଧ୍ୟ ଶତାଧିକ ଆକ୍ରାନ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସଙ୍କଟାପନ୍ନ ଅବସ୍ଥାରେ ଥିବା ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ଏସଏଲଏନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.