fbpx

ଖ୍ରୀଷ୍ଟିୟାନମାନେ ଶୁକ୍ରବାରକୁ ବହୁତ ଘୃଣା କରନ୍ତି, ହେଲେ କାହଁକି? ଏହା ପଛରେ ଥିବା ରହସ୍ୟ, ଜାଣନ୍ତୁ

ଓଡିଶା ଭାସ୍କର: ଆଜି ହେଉଛି ଡିସେମ୍ବର ୨୫ ତାରିଖ ବା ଖ୍ରୀଷ୍ଟମାସ। ତେବେ ଏହି ପର୍ବକୁ ନେଇ ସବୁଠି ଉତ୍ସାହର ମାହୋଲ ଦେଖାଦେଇଛି। ଏହି ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜନ୍ମ ଗ୍ରହଣ କରିଥିଲେ । ଖ୍ରୀଷ୍ଟିୟାନମାନଙ୍କର ଏହା ହେଉଛି ଏକ ବଡ଼ ପର୍ବ। ସମୟଥିଲା ଖ୍ରୀଷ୍ଟମାସ ପର୍ବ କେବଳ ପାଶ୍ଚାତ୍ୟ ଦେଶ ଏବଂ ଖ୍ରୀଷ୍ଟିୟାନ ସମ୍ପ୍ରଦାୟ ମଧ୍ୟରେ ପାଳନ କରାଯାଉଥିଲା । କିନ୍ତୁ ଆଜି ଏହା ସମଗ୍ର ବିଶ୍ୱରେ ପାଳନ କରାଯାଉଥିବା ଏକ ପର୍ବରେ ପରିଣତ ହୋଇଛି । ଯାହାକୁ ସାରା ବିଶ୍ୱର ସମସ୍ତ ଧର୍ମର ଲୋକେ ଖୁବ ଆନନ୍ଦ ଉଲ୍ଲାସ ସହ ପାଳନ କରିଥାଆନ୍ତି । ତେବେ ଏହି ଅବସରରେ ଆସନ୍ତୁ ଜାଣିବା ଖ୍ରୀଷ୍ଟିୟାନ ଧର୍ମର ଏକ ବଡ଼ ରହସ୍ୟ। ଆପଣ ଜାଣିଛନ୍ତି କି, ଖ୍ରୀଷ୍ଟିୟାନ ମାନେ ଶୁକ୍ରବାରକୁ ଘୃଣା କରନ୍ତି। କାରଣ ଏହା ପଛରେ ଏକ ବଡ଼ ରହସ୍ୟ ରହିଛି। ପ୍ରଭୁ ଯୀଶୁଙ୍କ ମୃତ୍ୟୁ ଦିନ ସହିତ ଏହି ରହସ୍ୟ ଜଡିତ।

ଖ୍ରୀଷ୍ଟିୟାନ ମାନଙ୍କ ମଧ୍ୟରେ ଶୁକ୍ରବାର ଓ ୧୩ ନମ୍ବରକୁ ନେଇ ଭିନ୍ନ ଚିନ୍ତାଧାରା ରହିଛି। କାରଣ ଶେଷ ଭୋଜନରେ ଭଗବାନ ଯୀଶୁ ଖ୍ରୀଷ୍ଟ ତାଙ୍କ ଅନୁଗାମୀମାନଙ୍କ ସହିତ ଥିଲେ, ହେଲେ ଯିହୂଦା ସହିତ ୧୩ ଜଣ ଥିଲେ। କୁହାଯାଏ ଯେ ଯିହୁଦା ସେହି ସମୟରେ ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିଥିଲା, ଫଳସ୍ୱରୂପ ଯିଶୁଙ୍କୁ କ୍ରୁଶରେ ମାରି ଦିଆଯାଇଥିଲା। ତେବେ ଯୀଶୁଙ୍କ ମୃତ୍ୟୁ ଦିନ ଶୁକ୍ରବାର ପଡିଥିଲା । ଏଣୁ ଶୁକ୍ରବାର ଦିନ ଯୀଶୁଙ୍କୁ କ୍ରୁଶରେ ଚଢାଇ ଦିଆଯାଇଥିବାରୁ ଖ୍ରୀଷ୍ଟିୟାନ ଧର୍ମରେ ଶୁକ୍ରବାରକୁ ଅଶୁଭ ଦିନ ଭାବରେ ବିବେଚନା କରାଯାଏ। ଯଦି ଶୁକ୍ରବାର ଦିନ ୧୩ ତମ ତାରିଖ ପଡେ ତେବେ ଏହା ଆହୁରି ଖରାପ ବୋଲି ଧରାଯାଏ।

 

Get real time updates directly on you device, subscribe now.