fbpx
BSKY SKY
BSKY SKY

‘ସଂସଦରେ ଉପଯୁକ୍ତ ବିତର୍କ ହୋଇପାରୁନି’; କ୍ଷୋଭ ପ୍ରକାଶ କଲେ ପ୍ରଧାନ ବିଚାରପତି

BSKY

ଓଡ଼ିଶା ଭାସ୍କର ବ୍ୟୁରୋ: ସଂସଦରେ ଉପଯୁକ୍ତ ବିତର୍କର ଅଭାବ ରହିଛି। ଗଠନମୂଳକ ଆଲୋଚନା ହୋଇପାରୁନି। ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରଧାନ ବିଚାରପତି ଏନଭି ରମଣା।

ସୁପ୍ରିମକୋର୍ଟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନ ବିଚାରପତି ରମଣା କହିଛନ୍ତି ଯେ, ଆଇନ ପ୍ରଣୟନ କରୁଥିବାବେଳେ ସଂସଦରେ ଉପଯୁକ୍ତ ବିତର୍କର ଅଭାବ ଦେଖାଦେଇଛି। ସଂସଦ କାର୍ଯ୍ୟକାରୀ ବେଳେ ଉପୁଜୁଥିବା ଅପ୍ରୀତିକର ପରିସ୍ଥିତିକୁ ନେଇ ମଧ୍ୟ ସେ ଚିନ୍ତା ବ୍ୟକ୍ତ କରିଛନ୍ତି। ସମ୍ପ୍ରତି ଏହା ଏକ ଦୁଃଖଦ ଘଟଣା। ଆଇନର ଅନେକ ଅସ୍ପଷ୍ଟତା ରହିଛି ଏବଂ ଆଇନ ପ୍ରଣୟନ ପଛରେ ଥିବା ଉଦ୍ଦେଶ୍ୟ କୋର୍ଟ ଜାଣନ୍ତି ନାହିଁ ବୋଲି ପ୍ରଧାନ ବିଚାରପତି ରମଣା କ୍ଷୋଭ ପ୍ରକାଶ କରିଛନ୍ତି।

 

Get real time updates directly on you device, subscribe now.