fbpx

ସୁଡ଼ାନ-ଦକ୍ଷିଣ ସୁଡ଼ାନରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ୫୨ ମୃତ, ଅନେକ ଆହତ

Advertisement

ନୂଆଦିଲ୍ଲୀ: ସୁଡ଼ାନ ଓ ଦକ୍ଷିଣ ସୁଡ଼ାନ ସୀମାରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଭୟଙ୍କର ସଂଘର୍ଷରେ ଦୁଇ ଜଣ ସୁପକ୍ଷାକର୍ମୀଙ୍କ ସମେତ ୫୨ ଜଣ ପ୍ରାଣ ହରାଇଛନ୍ତି । ଏନେଇ ସୂଚନା ଦେଇଛି ଜାତିସଂଘ । ଏହି ସଂଘର୍ଷରେ ପାଖାପାଖି ୬୪ ଜଣ ଲୋକ ଆହତ ହୋଇଛନ୍ତି । ଦକ୍ଷିଣ ସୁଦାନର ୱାରେପ୍ ରାଜ୍ୟର ସଶସ୍ତ୍ର ବ୍ୟକ୍ତିମାନେ ଶନିବାର ପଡ଼ୋଶୀ ଆବେଇ ଅଞ୍ଚଳରେ ଆକ୍ରମଣ କରିଥିଲେ ବୋଲି ଜଣେ ଆବିଇ ମନ୍ତ୍ରୀଙ୍କ ବୟାନ ଦେଇ ରଏଟର୍ସ ନ୍ୟୁଜ୍ ଏଜେନ୍ସି କହିଛି ।

ନ୍ୟୁଜ୍ ଏଜେନ୍ସି ଆସୋସିଏଟେଡ୍ ପ୍ରେସ୍ ଏଜେନ୍ସି ଅନୁଯାୟୀ, ଜମିକୁ ନେଇ ଦୁଇ ଗୋଷ୍ଠୀ ଟ୍ୱିକ୍ ଡିଙ୍କା ଓ ଏନ୍ଗୋକ୍ ଡିଙ୍କାଙ୍କ ମଧ୍ୟରେ ଏହି ଝଗଡ଼ା ହୋଇଥିଲା। ଉଭୟ ଦକ୍ଷିଣ ସୁଡ଼ାନ ଓ ସୁଡ଼ାନ ଆବିଇ ଉପରେ ଅଧିକାର ଦାବି କରୁଛନ୍ତି । ୨୦୧୧ ରେ ଦୁଇ ଦେଶ ମଧ୍ୟରେ ବିଭାଜନ ହେବା ପରଠାରୁ ଏହି ଅଞ୍ଚଳକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହୋଇପାରିନାହିଁ ।

ଏହି ଅଞ୍ଚଳରେ ମୁତୟନ ଥିବା ଜାତିସଂଘ ସୁରକ୍ଷା ବାହିନୀ ୟୁଏନଆଇଏସଏଫ୍ଏ କହିଛି ଯେ ଶନିବାର ଦିନ ଏହାର ଘାଟି ଉପରେ ହୋଇଥିବା ଆକ୍ରମଣରେ ଘାନାର ଜଣେ ଶାନ୍ତି ରକ୍ଷା ସୈନିକ ସହିଦ ହୋଇଛନ୍ତି । ରବିବାର ଦିନ ୟୁନିଫା ଅନୁଯାୟୀ, ଜଣେ ପାକିସ୍ତାନୀ ଶାନ୍ତିରକ୍ଷୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଆହତଙ୍କୁ ଡାକ୍ତରଖାନା ନେବାରେ ନିୟୋଜିତ ଥିଲେ ଏହି ଯବାନ ।

Get real time updates directly on you device, subscribe now.