fbpx

ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ ଶୁଭାରମ୍ଭ ଆଜି

ଭୁବନେଶ୍ୱର, ୯ା୧ (ଓଡିଶା ଭାସ୍କର): ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପର ଶୁଭାରମ୍ଭ ଆଜି କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି ।

ଏହି ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲ ସିଏସଆର ପାଣ୍ଠିରୁ ୭୦ ଲକ୍ଷ ଟଙ୍କା ବିନ୍ଦୁ ସାଗର ସଫେଇ କାର୍ଯ୍ୟ ପାଇଁ ଯୋଗାଇ ଦିଆଯିବ । ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡର ସହଯୋଗିତାରେ ଏହା କାର୍ଯ୍ୟକାରୀ ହେବ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.