fbpx

ଆସନ୍ତା ୧୧ରେ ହେବ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ, ୯ା୧: କରୋନା ଟିକାକରଣକୁ ନେଇ ରାଜ୍ୟମାନଙ୍କର ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ । ଏଥିପାଇଁ ଆସନ୍ତା ୧୧ ତାରିଖ ଅପରାହ୍ଣ ୪ଟା ସମୟ ସ୍ଥିର କରାଯାଇଛି । କୋଭିସିଲଡ ଓ କୋଭାକ୍ସିନ ଟିକାକୁ ଅନୁମତି ମିଳିବା ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ।

ତେବେ ଟିକାକରଣ ନେଇ ରାଜ୍ୟମାନଙ୍କର ପ୍ରସ୍ତୁତି ଓ କରୋନାର ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ ମାଧ୍ୟମରେ ସୂଚନା ଦିଆଯାଇଛି । ମହାମାରୀ କରୋନା ଆରମ୍ଭ ହେବା ପରଠାରୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ୬ ଥର ଆଲୋଚନା କରିସାରିଛନ୍ତି ।

Get real time updates directly on you device, subscribe now.