fbpx
BSKY SKY
BSKY SKY

ସତ ହେବ ମାଳକା! ଆସୁଛି ମହାପ୍ରଳୟ, ଶତାବ୍ଦୀ ଶେଷ ବେଳକୁ ଜଳମଗ୍ନ ହେବ ଏହି ୧୨ଟି ସହର

BSKY

ବାତ୍ୟା ମିଗଜୋଙ୍ଗ ପ୍ରଭାବରେ ଚେନ୍ନାଇରେ ବନ୍ୟା ପରିସ୍ଥିତି ଆସିଛି । ତେବେ ଏହା ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥିବା ଭାରତୀୟ ସହରଗୁଡିକ ପ୍ରତି ବିପଦକୁ ନେଇ ସଚେତନ କରିଛି। ଚେନ୍ନାଇରେ ଡିସେମ୍ବର ୪, ୨୦୨୩ ପର୍ୟ୍ୟନ୍ତ ୪୮ ଘଣ୍ଟା ମଧ୍ୟରେ ୪୦ ସେମିରୁ ଅଧିକ ବର୍ଷା ସହିତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରାୟ ୬ ଦିନ ଧରି ସମଗ୍ର ସହର ବୁଡ଼ି ରହିଥିଲା । ଏହି ପରିସ୍ଥିତି ସହରାଞ୍ଚଳର ଲୋକେ ସମ୍ମୁଖୀନ ହେଉଥିବା ଜଳବାୟୁ ସଙ୍କଟକୁ ସୂଚାଉଛି ।

ବାତ୍ୟା ମିଚୋଙ୍ଗ ୧୮ରୁ ଅଧିକ ଲୋକଙ୍କ ଜୀବନ ନେଇଛି ଏବଂ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ବିନାଶର ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ଲଗାତାର ବର୍ଷା ଯୋଗୁଁ ରାସ୍ତାରେ ଜଳ ପ୍ରବାହରେ ଧୋଇ ହୋଇଯାଇଥିବା ବଡ଼ ବଡ଼ କୋଠାଗୁଡ଼ିକରେ ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି । ତେବେ ଏହି ବନ୍ୟା ପରିସ୍ଥିତି ବାତ୍ୟା ପ୍ରଭାବରେ ସୃଷ୍ଟି ହୋଇଥିଲେ ମଧ୍ୟ ଚେନ୍ନାଇରେ ଏହା ପ୍ରଥମ ଘଟଣା ନୁହେଁ। ମୌସୁମୀରେ ମଧ୍ୟ ପ୍ରବଳ ବର୍ଷା ହେତୁ ୨୦୧୫ ରେ ସହରରେ ଅନେକ ଦିନ ଧରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ତ୍ତମାନ ପୁଣି ଥରେ ଏହିପରି ପରିସ୍ଥିତି ସମଗ୍ର ଦେଶ ପାଇଁ ଏକ ଚିନତଜନକ ସ୍ଥିତି ସୃଷ୍ଟି କରିଛି ।

ଚେନ୍ନାଇ ବ୍ୟତୀତ କୋଲକାତା ଏବଂ ମୁମ୍ବାଇ ପରି ଉପକୂଳବର୍ତ୍ତୀ ସହରରେ ମଧ୍ୟ ସମୁଦ୍ର ପତ୍ତନ ବୃଦ୍ଧି, ଘୂର୍ଣ୍ଣିବଳୟ ଏବଂ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହେଉଛି। ଏହି ଜନବହୁଳ ମହାନଗରଗୁଡିକ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ପୂର୍ବରୁ ଅସୁରକ୍ଷିତ ରହିଛି। ତେବେ ଏପରି ପରସ୍ଥିତିରେ ବର୍ଷା ଏବଂ ବନ୍ୟାର ସହିତ ମରୁଡ଼ିର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି ।

ତେବେ ଏପରି ବିପଦର କାରଣ ହେଉଛି ସମୁଦ୍ର ପତ୍ତନରେ ବୃଦ୍ଧି । ଏହା ଦ୍ୱାରା ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଦେଶର ୧୨ ଟି ଉପକୂଳ ସହର ଜଳମଗ୍ନ ହେବାର ଆଶଙ୍କା ରହିଛି। ଆଇପିସିସି ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ଶତାବ୍ଦୀର ଶେଷ ସୁଦ୍ଧା ମୁମ୍ବାଇ, ଚେନ୍ନାଇ, କୋଚି ଏବଂ ବିଶାଖାପାଟନମ ସମେତ ପ୍ରାୟ ୧୨ଟି ଭାରତୀୟ ସହର ପ୍ରାୟ ତିନି ଫୁଟ ପାଣିରେ ବୁଡ଼ି ଯିବାର ଆଶଙ୍କା ରହିଛି।

ଜଳବାୟୁ ପରିବର୍ତ୍ତନ ହେତୁ ବନ୍ୟା ପରିସ୍ଥିତି କେବଳ ଉପକୂଳବର୍ତ୍ତୀ ସହର ପାଇଁ ନୁହେଁ। ଏହାର ବ୍ୟାପକ ପ୍ରଭାବ ଉପକୂଳଠାରୁ ଦୂରରେ ଥିବା ଭାରତୀୟ ସହରରେ ମଧ୍ୟ ଦେଖାଯାଉଛି। ବିହାର, ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶର ସହରଗୁଡ଼ିକ ମୌସୁମୀ ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ବ୍ୟାପକ ପ୍ରଭାବିତ ହେଉଛନ୍ତି।

Get real time updates directly on you device, subscribe now.