fbpx

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ସହରାଞ୍ଚଳ ଗରିବଙ୍କ ପାଇଁ ୧୦୦କୋଟି ମଞ୍ଜୁର

ଭୁବନେଶ୍ୱର, ୧୮ା୪(ଓଡ଼ିଶା ଭାସ୍କର): କରୋନା ଭାଇରସ୍ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ଏହା ଏକ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ ବରଂ ଏହା ଅନେକ ଅର୍ଥନୈତିକ  ଓ ସାମାଜିକ ସମସ୍ୟା ମଧ୍ୟ ସୃଷ୍ଟି କରିଛି ।  ଏହାର ମୁକାବିଳା କରିବା ପାଇଁ ରାଜ୍ୟର ୧୧୪ଟି ପୌରାଞ୍ଚଳ ସହର ମାନଙ୍କରେ ରହୁଥିବା ଗରିବ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି ।  ଶ୍ରମଭିତ୍ତିକ କାର୍ଯ୍ୟ ପାଇଁ ୧୦୦କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଦ୍ୱାରା ସହରାଞ୍ଚଳର ୪ଲକ୍ଷ ୫୦ହଜାର ପରିବାର ଉପକୃତ ହେବେ । ଏହି ୧୦୦କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ।  ସହରାଞ୍ଚଳ ଗରିବ ଲୋକମାନଙ୍କ ରୋଜଗାର ଦେବା ପାଇଁ ଅର୍ବାନ ୱେଜ୍ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ୍  ନାମରେ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.